ବେଙ୍ଗାଲୁରୁ: କରୋନା ସଂକ୍ରମଣକୁ ଦେଖି ଚାରିଆଡେ ଆରମ୍ଭ ଅଫ୍ଲାଇନ୍ ପାଠ ପଢ଼ା। ଖୋଲିଛି ସ୍କୁଲ କଲେଜ। ତେବେ ଏହାରି ଭିତରେ ମେଡିକାଲ କଲେଜରେ ଫୁଟିଛି କରୋନା ବୋମା। ଏକାଥରକେ ୬୬ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।
କର୍ଣ୍ଣାଟକର ଏସ୍ଡିଏମ୍ ମେଡିକାଲ କଲେଜରେ ୬୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଆକ୍ସନମୋଡକୁ ଆସିଛନ୍ତି। କଲେଜ ବିଲ୍ଡିଂର ଦୁଇଟି ହଷ୍ଟେଲ୍କୁ ସିଲ୍ କରାଯାଇଛି। ଏହି କଲେଜରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।
କୁହାଯାଉଛି ଯେ, କିଛି କରୋନା ଛାତ୍ର କରୋନା ପଜିଟିଭ ବାହାରିବା ପରେ, ମେଡିକାଲ କଲେଜ ପକ୍ଷରୁ ସମସ୍ତଙ୍କ କରୋନା ଟେଷ୍ଟ କରିବା ପାଇଁ ନିଷ୍ପିତ୍ତି ନିଆଯାଇଥିଲା। ବର୍ତ୍ତମାନ ଯାଏଁ ୩୦୦ ଛାତ୍ରଙ୍କ ପରୀକ୍ଷା ହୋଇସାରିଲାଣି। ଏଥିରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଏହାପୂର୍ବରୁ ଅନେକ ସ୍କୁଲ ଏବଂ କଲେଜରେ କରୋନା ବୋମା ବିସ୍ଫୋରଣ ହୋଇଛି। ସମ୍ପ୍ରତି, ରାଜସ୍ଥାନର ଉଦୟପୁରର ଏକ ବିଦ୍ୟାଳୟରେ ୧୧ ଜଣ ଛାତ୍ର କରୋନା ପଜିଟିଭ୍ ହୋଇଥିଲା। ତେଲେଙ୍ଗାନାରେ ମଧ୍ୟ ଏକ ସ୍କୁଲରେ ୨୮ ଜଣ ଛାତ୍ରୀ କରୋନାର ଶିକାର ହୋଇଥିଲେ। ଅନ୍ୟାନ୍ୟ ରାଜ୍ୟର ବିଦ୍ୟାଳୟଗୁଡ଼ିକରୁ ମଧ୍ୟ ସମାନ ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳୁଛି।
ତେବେ ବର୍ତ୍ତମାନ ଯାଏଁ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇନାହିଁ। ଏହା ପୂର୍ବରୁ ପିଲାଙ୍କ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ରୁତ ଗତିରେ ଏଭଳି କରୋନା ମହାମାରୀ ସଂକ୍ରମିତ ହେବା ଭଲ ସଂକେତ ଦେଉ ନାହିଁ। ଯେବେଠାରୁ ପ୍ରତ୍ୟେକ ରାଜ୍ୟରେ ସ୍କୁଲ-କଲେଜ ଖୋଲିଛି ସେବେଠୁ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
The post ମେଡିକାଲ କଲେଜରେ ଫୁଟିଲା କରୋନା ବୋମା, ୬୬ ଛାତ୍ର ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3r8tFex
No comments:
Post a Comment