ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ

ନୂଆଦିଲ୍ଲୀ: ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ। ଏହାକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଛି। କୃଷକଙ୍କ ଗୋଟିଏ ପରେ ଗୋଟିଏ ଦାବି ମାନୁଛନ୍ତି ସରକାର । କୃଷି ଆଇନ୍ ପ୍ରତ୍ୟାହାର ପରେ କୃଷକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ମାନିଛନ୍ତି ଭାରତ ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ଦେଶର ବିଭିନ୍ନ କୃଷକ ସଂଗଠନ ଗୁଡ଼ିକ ନଡ଼ା ଜାଳିବାକୁ ଅପରାଧ ଶ୍ରେଣୀରୁ ହଟାଇବା ପାଇଁ ଦାବି ହୋଇଥିଲା। ଏବେ ଭାରତ ସରକାର କୃଷକଙ୍କର ଏହି ଦାବିକୁ ମଧ୍ୟ ଗ୍ରହଣ କରିନେଇଛନ୍ତି। ନଡ଼ା ଜାଳିବାକୁ ଅପରାଧ ଶ୍ରେଣୀରୁ ହଠାଇ ଦିଆଯାଇଛି। ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି ।

କୃଷି ଆଇନ ପ୍ରତ୍ୟାହାର ଲାଗି ଚିଠା ବିଧେୟକ ସୋମବାର ଦିନ ସଂସଦରେ ଉପସ୍ଥାପନ କରାଯିବ। ନଭେମ୍ବର ୨୯ ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବାବେଳେ, ପ୍ରଥମ ଦିନରେ ହିଁ ବିଧେୟକ ଆଗତ କରାଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।

ଏହାସହ ସଂସଦୀୟ ପ୍ରକ୍ରିୟାରେ ଆଇନ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ତେବେ ଏମ୍ଏସ୍ପି ପ୍ରସଙ୍ଗରେ କୃଷକମାନେ ଅଡ଼ି ବସିଥିବା ନେଇ ସେ କହିଛନ୍ତି ଯେ, ଏମ୍ଏସ୍‌ପି ସଂପର୍କରେ ନିଷ୍ପତ୍ତି ଲାଗି କମିଟି ଗଠନ ହୋଇଛି। ଏହି କମିଟିରେ କୃଷକ ସଂଗଠନରୁ ହିଁ ପ୍ରତିନିଧି ରହିବେ। କ୍ରପ୍ ଡାଇଭର୍ସିଫିକେସନ, ଜିରୋ ବଜେଟ୍ ଫାର୍ମିଂ ଓ ଏମ୍ଏସ୍ପି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ କମିଟି ବିଚାର ବିମର୍ଶ କରିବ।

ତେବେ କୃଷି ଆଇନ ଉଚ୍ଛେଦ ଲାଗି ସରକାର ପଦକ୍ଷେପ ନେଇଥିବାବେଳେ ଆଉ ଆନ୍ଦୋଳନ କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି। ଏଣୁ ଚାଷୀମାନେ ନିଜ ନିଜ ଘରକୁ ଫେରିଯିବାକୁ ସେ ନିବେଦନ କରିଛନ୍ତି। ଏହାଛଡ଼ା ଆନ୍ଦୋଳନକୁ ନେଇ ଚାଷୀଙ୍କ ବିରୋଧରେ ହୋଇଥିବା ମୋକଦ୍ଦମା ସଂପର୍କରେ ସେ କହିଛନ୍ତି ଯେ, ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରର କଥା, ଏଣୁ ସେମାନେ ଏହା ଉପରେ ପଦକ୍ଷେପ ନେବେ ବୋଲି ତୋମାର କହିଛନ୍ତି।

The post ଏବେ ନଡ଼ା ଜାଳିବା ଆଉ ଅପରାଧ ନୁହେଁ appeared first on Odisha Reporter.



from Odisha Reporter https://ift.tt/316irMX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages