‘ମମିତା କେସ୍‌କୁ ଦୁର୍ବଳ କରୁଛି ପୁଲିସ୍‌, ସେକ୍ସ ରାକେଟର କରୁନି ଖୋଳତାଡ଼’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

‘ମମିତା କେସ୍‌କୁ ଦୁର୍ବଳ କରୁଛି ପୁଲିସ୍‌, ସେକ୍ସ ରାକେଟର କରୁନି ଖୋଳତାଡ଼’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟାକାଣ୍ଡକୁ ନେଇ ମାସେ ପରେ ବି ଉଠୁଛି ପଡ଼ୁଛି ସାରା ରାଜ୍ୟ। ସମଗ୍ର ରାଜ୍ୟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମମିତା ହତ୍ୟା ଘଟଣାରେ ଏତଲା ଦିଆଯିବାକୁ ଆଜିକୁ ମାସେ ପୂରିଛି। ହେଲେ ମାସେ ଭିତରେ ଏହି ମାମଲାର ଅଗ୍ରଗତି କ’ଣ ହୋଇଛି ତାହାର ଉତ୍ତର ପୁଲିସ୍‌ ପାଖରେ ନାହିଁ। ଏହି ମାମଲାର ତଦନ୍ତର ଦିଗ କୁଆଡ଼େ ଯାଇଛି, ତାହା ବି କିଛି ଜଣାପଡ଼ିନି। ଏଣୁ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର କହିଛନ୍ତି, ମମିତାଙ୍କ ଚରିତ୍ର ସଂହାର କରାଯାଉଥିବା ନେଇ ବିରୋଧୀଙ୍କ ବାବଦରେ ଯେଉଁ ସବୁ ଅଭିଯୋଗ ଅଣାଯାଉଛି ତାହା ଆଧାରହୀନ। ସତ୍ୟ ଉନ୍ମୋଚନ ପାଇଁ ମମିତା ବଳିଦାନ ଦେଇଛନ୍ତି। ଜଣେ ସାହସୀ ଯୁବତୀ ଭାବେ ସେ ସବୁବେଳେ ମନେ ରହିବେ।

ଏହାବାଦ ସେ କହିଛନ୍ତି, ମମିତାଙ୍କ ମୃତ୍ୟୁ ପରେ ଅକ୍ଟୋବର ୧୩ରେ ଏଫ୍ଆଇଆର ହେଲା। ହେଲେ ପୁଲିସ୍‌ ଏହାର ୩ ଦିନ ପରେ ଅର୍ଥାତ ୧୬ ତାରିଖରେ ବଙ୍ଗୋମୁଣ୍ଡା କୋର୍ଟରେ କେଶ୍ ଡାଏରୀ କଲା। କେଶ୍ ଡାଏରୀ କରିବାକୁ କାହିଁକି ୩ ଦିନ ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଫ୍ଆଇଆର୍ ହେବା କ୍ଷଣି ତତ୍‌କ୍ଷଣାତା ଘଣ୍ଟାଏ ମଧ୍ୟରେ କେଶ୍ ଡାଏରୀ କରାଯିବା କଥା। ହେଲେ ଏଠାରେ କାହିଁକି ୩ ଦିନ ଲାଗିଗଲା? କେବଳ ଜରୁରୀକାଳୀନ କେସ୍‌ରେ ଏଥିରେ ବ୍ୟତିକ୍ରମ ହୋଇପାରେ। ହେଲେ ଏଥିରେ କେଉଁ କ୍ଷେତ୍ରରେ ବିଳମ୍ବ ହେଲା? ଏଫ୍ଆଇଆର ଉପରେ କିଛି ଏପଟ ସେପଟ କରାଯାଇ ଥାଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ବିଜୟ।

କେବଳ ସେତିକି ନୁହେଁ,  ଉଭୟ ସ୍କୁଲ ଓ କଲେଜ ଗୋଟିଏ କ୍ୟାମ୍ପସ ଭିତରେ ଥିବା ବେଳେ ଲେଡିଜ ହଷ୍ଟେଲ ଗୋଟିଏ ଥିଲା। କଲେଜର ଗାର୍ଲସ୍‌ ହଷ୍ଟେଲରେ ମମିତା ରହୁଥିଲେ। ମମିତା ରହୁଥିବା ହଷ୍ଟେଲରେ ସେକ୍ସ ରାକେଟ ଚାଲିଥିଲା ବୋଲି କେଶ୍ ଡାଏରୀରେ ଉଲ୍ଲେଖ କରାଯାଇଛି। ମମିତା ତାହାକୁ ଘୋର ବିରୋଧ କରୁଥିଲେ। ହେଲେ ସେଥିରେ ଗୋବିନ୍ଦ ସାହୁର ସମ୍ପୃକ୍ତି ବିଷୟରେ କିଛି ଉଲ୍ଲେଖ ନାହିଁ।

ଏଥିରୁ ଜଣାପଡୁଛି ଯେ, ପୋଲିସ ଜାଣିଶୁଣି କେସ୍‌କୁ ଦୁର୍ବଳ କରିଛି। ତଦନ୍ତ ଠିକ୍ ଭାବରେ ହୋଇନାହିଁ ଓ ଗୋବିନ୍ଦକୁ ଖସାଇବାକୁ ଉଦ୍ୟମ କରାଯାଉଛି ବୋଲି ବିଜୟ ଅଭିଯୋଗ କରିଛନ୍ତି।

ସେକ୍ସୁଆଲ ରାକେଟର କିଛି ଅନୁସନ୍ଧାନ ହେଉନି। ଗୋବିନ୍ଦ ସାହୁଙ୍କୁ ସେ ସମ୍ପର୍କରେ କିଛି ପଚରା ଯାଉନି। ଗୋବିନ୍ଦ ସାହୁ ବିଷୟରେ କେସ୍‌ ଡାଏରୀରେ ମାତ୍ର ୨ ଧାଡ଼ି ଉଲ୍ଲେଖ ଅଛି। ତାଙ୍କ ସ୍ୱୀକାରୋକ୍ତି ସମ୍ପର୍କରେ କିଛି ବି ଉଲ୍ଲେଖ ନାହିଁ।

ପୁଲିସ୍‌ ମୂଳରୁ ଏହି କେସ୍‌କୁ ଦୁର୍ବଳ କରିଛି। ଆହୁରି ଦୁର୍ବଳ କରିବାରେ ଲାଗିଛି। ପୁଲିସ୍‌ ଯାହା କହିଛି ସାକ୍ଷୀଙ୍କ ବୟାନ ତାହା ରେକର୍ଡ କରାଯାଇଛି। ୪ ସାକ୍ଷୀଙ୍କ ବୟାନ ଲାଗି ଗୋଟିଏ ଡ୍ରାଫ୍ଟ ହୋଇଛି। ହଷ୍ଟେଲରେ ଯଦି ସେକ୍ସ ରାକେଟ  ଚାଲୁଥିଲା, ଏଥିରେ କିଏ କିଏ ସମ୍ପୃକ୍ତ ଥିଲେ, କିଏ କିଏ ଯାଉଥିଲେ, କେବେଠୁ ଚାଲୁଥିଲା ସେ ସମ୍ପର୍କରେ କେସ୍‌ ଡାଏରୀରେ  କିଛି ଉଲ୍ଲେଖ ନାହିଁ ବୋଲି ବିଜୟ କହିଛନ୍ତି।

The post ‘ମମିତା କେସ୍‌କୁ ଦୁର୍ବଳ କରୁଛି ପୁଲିସ୍‌, ସେକ୍ସ ରାକେଟର କରୁନି ଖୋଳତାଡ଼’ appeared first on Odisha Reporter.



from Odisha Reporter https://ift.tt/3omZcXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages