ରାଜଧାନୀକୁ ପୁଣି ଫେରିବ ଲକଡାଉନ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 13, 2021

ରାଜଧାନୀକୁ ପୁଣି ଫେରିବ ଲକଡାଉନ୍‌?

ନୂଆଦିଲ୍ଲୀ: ରାଜଧାନୀକୁ କଲବଲ କଲାଣି ପ୍ରଦୂଷଣ। ଲଗାତର ସପ୍ତାହେ ହେବ ଏଠାରେ ପ୍ରଦୂଷଣମାତ୍ରା ବଢ଼ି ଚାଲିଛି। ସ୍ଥିତି ଏପରି ଯେ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଯୁଆଡେ ଦେଖିବ ସିଆଡେ କେବଳ ଧୂଆଁମୟ ସ୍ଥିତି। ପ୍ରଦୂଷଣ ମାତ୍ରା ଏବେ ବଢ଼ି ଯାଇଛି ରାସ୍ତାରେ ଗାଡି ମଟର ଚଳାଚଳ କରିବା ବି ମୁସ୍‌କିଲ ହୋଇପଡିଛି। ଏଭଳି ସ୍ଥିତିରେ ଯଦି ଦୁଇଦିନ ରାଜଧାନୀ ଦିଲ୍ଲୀକୁ ଲକଡାଉନ୍‌ କରାଯାଏ ତେବେ ସ୍ଥିତି ସୁଧୁରିବ କି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।  ପ୍ରଦୂଷଣ ହ୍ରାସ ଲାଗି ସୋମବାର ସୁଦ୍ଧା କିଛି ଗୋଟେ ଜରୁରୀକାଳୀନ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକରଙ୍କୁ କୋର୍ଟ କହିଛନ୍ତି। ସପ୍ତାହେ ହେଲା ସ୍ଥିତି ଏପରି ହୋଇଛି ଯେ, ଘର ଭିତରେ ବି ମାସ୍କ ପିନ୍ଧିକି ରହିବାକୁ ପଡୁଛି ବୋଲି ମାମଲାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନା କହିଛନ୍ତ॥ ସ୍ଥିତି ସୁଧାରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ସଂପର୍କରେ ଜାଣିବାକୁ ଚାହିଁଛନ୍ତି କୋର୍ଟ। ଦୁଇ ଦିନ ପାଇଁ ଲକଡାଉନ ଘୋଷଣା ଦ୍ୱାରା ସ୍ଥିତି ସୁଧୁରିପାରିବ କି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ତା ଛଡ଼ା ଏୟାର କ୍ୱାଲିଟି ଇଣ୍ଡେକ୍ସ କମ୍ କରିବା ଲାଗି ସରକାରଙ୍କ ପାଖରେ କି ଯୋଜନା ରହିଛି, ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଏବେ ଯାହା ସ୍ଥିତି, ଦୈନିକ ୨୦ଟି ସିଗାରେଟ୍ ପିଇବା ସହ ସମାନ ବୋଲି ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇଛନ୍ତି। ତେବେ ନଡ଼ା ଜଳାଯିବା ବନ୍ଦ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ତା ଛଡ଼ା ଅନ୍ୟ ଯେଉଁସବୁ କାରଣରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି, ତା କମାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି କୋର୍ଟକୁ କହିଛନ୍ତି କେନ୍ଦ୍ର ସରକାର।

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଦୁଇ ଦିନ ଲକ୍‌ଡାଉନ୍‌ ଘୋଷଣା କରିବା ପାଇଁ ସୁପ୍ରିମ୍‌ କୋର୍ଟ କହିଛନ୍ତି। ଅସନ୍ତା ସୋମବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସପ୍ତାହେ ହେଲା ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାଂଘାତିକ ବିପଜ୍ଜନକ ସ୍ତରରେ ରହିଛି। ଏହାକୁ ନେଇ ଦିଲ୍ଲୀର ଜଣେ ଛାତ୍ର ଆଦିତ୍ୟ ଦୁବେ ସୁପ୍ରିମକୋର୍ଟରେ ମାମଲା କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମନ୍ନା, ଜଷ୍ଟିସ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂଯର୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

The post ରାଜଧାନୀକୁ ପୁଣି ଫେରିବ ଲକଡାଉନ୍‌? appeared first on Odisha Reporter.



from Odisha Reporter https://ift.tt/3FbJ6Xk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages