‘ମମିତା ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯୋଗ୍ୟ ନୁହନ୍ତି ଉତ୍ତରାଞ୍ଚଳ ଡିଆଇଜି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

‘ମମିତା ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯୋଗ୍ୟ ନୁହନ୍ତି ଉତ୍ତରାଞ୍ଚଳ ଡିଆଇଜି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମମିତା ମେହର ହତ୍ୟା ମାମଲା ଏକ ଜଘନ୍ୟ କାଣ୍ଡ । ହେଲେ ରାଜ୍ୟ ସରକାର ଜାଣିଶୁଣି ପ୍ରଥମରୁ ଏହି କେସ୍‌କୁ ଦୁର୍ବଳ କରିଦେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଘଟଣାର ତଦନ୍ତ କରୁଛନ୍ତି। ହେଲେ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ସେ ଉପଯୁକ୍ତ ବ୍ୟକ୍ତି ନୁହନ୍ତି।” ଏପରି କହିଛନ୍ତି ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର।

ଏଥିସହ ପ୍ରକାଶ ମିଶ୍ର କହିଛନ୍ତି, ମମିତାଙ୍କ ମୃତଦେହ କଳାହାଣ୍ଡି ଜିଲ୍ଲାରୁ ଉଦ୍ଧାର ହୋଇଥିବା ବେଳେ ସେ ମହାଲିଙ୍ଗ କଲେଜରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ କଲେଜ କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତି।  ହେଲେ ଏହି ଘଟଣାର ମାମଲା ବଲାଙ୍ଗିର ଜିଲ୍ଲାରେ ରୁଜୁ ହୋଇଛି।

ଉତ୍ତରାଞ୍ଚଳ ଡିଆଇଜି ଏହି ମାମଲାର ତଦନ୍ତ କରୁଥିବା ବେଳେ ସେ କିନ୍ତୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ନାହାନ୍ତି। କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ କୋରାପୁଟ ଡିଆଇଜି ଅଛନ୍ତି। ତେଣୁ ଉତ୍ତରାଞ୍ଚଳ ଡିଆଇଜି  ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତବ୍ୟ ଦେବାକୁ ଯୋଗ୍ୟ ବ୍ୟକ୍ତି ନୁହନ୍ତି।

କିଛି ଦିନ ପୂର୍ବେ  ଜାତୀୟ ମହିଳା କମିଶନ ମମିତା ମେହର ମାମଲା ସମ୍ପର୍କୀତ ତଥ୍ୟ  ବଲାଙ୍ଗିର ଏସ୍‌ପିଙ୍କୁ ମାଗିଥିଲେ। ହେଲେ, ତାହା କଳାହାଣ୍ଡି ଜିଲ୍ଲା ଘଟଣା, ତାଙ୍କ ଅଧୀନରେ ଆସୁନି। ଏନେଇ ତଥ୍ୟ କଳାହାଣ୍ଡି ଏସ୍‌ପି ଦେଇପାରିବେ ବୋଲି କହିଥିଲେ ବଲାଙ୍ଗିର ଏସ୍‌ପି। ତେଣୁ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜିଙ୍କର ମୁହଁ ଖୋଲିବାର ଆବଶ୍ୟକତା ଅଛି।

ଏଥିସହ ପ୍ରକାଶ ମିଶ୍ର କହିଛନ୍ତି, ଏହି ମାମଲା ସହ ୨ଟି ଜିଲ୍ଲାର ଲିଙ୍କ ଥିବାରୁ  ନିହାତି ଭାବେ ଏହାର ତଦନ୍ତ ଦାୟିତ୍ୱ ପ୍ରଥମରୁ କ୍ରାଇମବ୍ରାଞ୍ଚକୁ ଦେବାର ଥିଲା।   ହେଲେ ରାଜ୍ୟ ସରକାର ଜାଣିଶୁଣି ମାମଲାକୁ ଦୁର୍ବଳ କରିବାକୁ ଏହାର ଦାୟିତ୍ୱ ପୁଲିସ୍‌ ହାତରେ ଦେଲେ। ତଥ୍ୟ ଲୁଚାଇବାକୁ ଚେଷ୍ଟା କଲେ। ଏହି ମାମଲା ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେବାକୁ କେହି ଆଗେଇ ଆସି ନାହାନ୍ତି। ଏହି ଘଟଣାରେ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହୋଇପଡ଼ୁଛି।

ସୂଚନାଯୋଗ୍ୟ, ମମିତା ହତ୍ୟା ମାମଲାକୁ ନେଇ ସମଗ୍ର ରାଜ୍ୟ ଉଠୁଛି ପଡ଼ୁଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ସବୁଠି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପର  ତାଲିକା ଲମ୍ବି ଲମ୍ବି ଚାଲିଛି।  ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଉ ନ ଥିବାରୁ ସେ ମଧ୍ୟ ରୋଷର ଶିକାର ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ କଂଗ୍ରେସ, ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଉଛି। ଏପରିକି ମନ୍ତ୍ରୀମାନଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯାଉଛି।

The post ‘ମମିତା ମାମଲାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଯୋଗ୍ୟ ନୁହନ୍ତି ଉତ୍ତରାଞ୍ଚଳ ଡିଆଇଜି’ appeared first on Odisha Reporter.



from Odisha Reporter https://ift.tt/3qDVlrq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages