ଆର୍ଯ୍ୟନ୍‌ ଲିଙ୍କରେ ସାମ୍ନାକୁ ଆସିଲେ ସାମ୍‌ ଡିସୁଜା, ୨୫ କୋଟି ଡିଲ୍‌ର କଲେ ଖୁଲାସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଆର୍ଯ୍ୟନ୍‌ ଲିଙ୍କରେ ସାମ୍ନାକୁ ଆସିଲେ ସାମ୍‌ ଡିସୁଜା, ୨୫ କୋଟି ଡିଲ୍‌ର କଲେ ଖୁଲାସା

ମୁମ୍ବାଇ: ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ଲିଙ୍କ ମାମଲାରେ ସାମ୍ନାକୁ ଆସିଲେ ସାମ ଡିସୁଜା। ଏନ୍‌ସିବି, ସାକ୍ଷୀ କିରଣ ଗୋସାଭି ଓ ଶାହରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ମଧ୍ୟରେ ହୋଇଥିବା ୨୫ କୋଟି ଟଙ୍କା ଡିଲର କଲେ ଖୁଲାସା। ସେ ଆଜି ଏନ୍‌ଡିଟିଭିକୁ ଏକ ସାକ୍ଷାତକାର ଦେଇ ଏସବୁର ଖୁଲାସା କରିଛନ୍ତି।

ସାମ ଡି’ସୁଜା କହିଛନ୍ତି, ଅକ୍ଟୋବର ରାତିରେ ବଡ ଦଲାଲ ଥିବା ସୁନୀଲ ପାଟିଲ ଫୋନ୍‌ କରି ଗୋସାଭିଙ୍କ ଯୋଗାଯୋଗ କରିଥିଲେ ଏବଂ ଏନସିବି ସହ ଯୋଗାଯୋଗ କରିବାକୁ କହିଥିଲେ। ଏହା ପରେ ସାମ ଏନସିବି ଅଧିକାରୀ ଭି.ଭି ସିଂଙ୍କ ସହ ଫୋନରେ କଥା ହୋଇଥିଲେ। ଲାଞ୍ଚ ମିଳିବା ପରେ ଭି.ଭି ସିଂ ଗୋସାଭିଙ୍କୁ ଭେଟିବା ପାଇଁ ଡାକିଥିଲେ। ଏହା ପରେ ଗୋସାଭି ଏବଂ ଭାନୁଶାଲି ସାକ୍ଷାତ କରିବାକୁ ଯାଇଥିଲେ। ଏହା ପରେ କ୍ରୁଜ୍ ଉପରେ ଚଢ଼ାଉ କରାଯାଇ ସମସ୍ତଙ୍କୁ ଧରି ଏନସିବି କାର୍ଯ୍ୟାଳୟକୁ ଅଣାଯାଇଥିଲା। କିନ୍ତୁ ସେ କେବଳ ତାଙ୍କୁ ପରିଚିତ କରାଇଥିଲେ, ଏହା ପରେ ଏଥିରେ ତାଙ୍କର କୌଣସି ଭୂମିକା ନଥିଲା ବୋଲି ସାମ୍‌ କହିଛନ୍ତି।

ସାମ୍‌ଙ୍କ କହିବା ମୁତାବକ, ଅକ୍ଟୋବର ୨ ତାରିଖ ରାତିରେ ସୁନୀଲ ପାଟିଲ ପୁଣିଥରେ ଫୋନ କରି ଗୋସାଭିଙ୍କ ସହ ଯୋଗାଯୋଗ ହୋଇପାରୁନଥିବା ବୋଲି କହିଥିଲେ। ସୁନୀଲ ପାଟିଲ ଗୋସାଭିଙ୍କୁ ଭେଟିବାକୁ କହିଥିଲେ। ଏହା ପରେ ଗୋସାଭିଙ୍କ ସହ ଏନସିବି କାର୍ଯ୍ୟାଳୟ ନିକଟରେ ରାତିରେ ସାକ୍ଷାତ ହୋଇଥିଲେ। ତା’ପରେ ଗୋସାଭି କହିଥିଲେ ଯେ ଆର୍ଯ୍ୟନ ଖାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କ ସହ କଥା ହେବାକୁ ପଡିବ। ତା’ପରେ କିଛି ସମୟ ପରେ ଗୋସାଭି କହିଥିଲେ ଯେ ଯଦି ଆର୍ଯ୍ୟନ୍ ଖାନଙ୍କଠାରୁ କୌଣସି ଡ୍ରଗ୍ସ ମିଳିନାହିଁ, ତେବେ ଆମେ ତାଙ୍କୁ ସାହାଯ୍ୟ କରିପାରିବା। ସେ ପୁଣି ପୂଜା ଦଡଲାନୀଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଏହାପରେ ସାମ୍‌ ଶାହରୁଖଙ୍କ ମ୍ୟାନେଜରଙ୍କ ସହ କଥା ହେବାରେ ସଫଳ ହୋଇଥିଲେ।

ଏହା ପରେ ସେ ଉଭୟଙ୍କୁ (ପୂଜା ଓ ଗୋସାଭି) ପାରୋଲରେ ସାକ୍ଷାତ କରାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିବା ତାହା ଜଣା ନାହିଁ ବୋଲି ସାମ୍‌ କହିଛନ୍ତି। କିରଣ ଗୋସାଭି ଓ ପୂଜା ଦଦଲାନୀଙ୍କ ମଧ୍ୟରେ ଆର୍ଯ୍ୟନ୍‌ଙ୍କ ଛାଡିବା ପାଇଁ ୨୫ କୋଟି ଡିଲ୍‌ ୧୮ କୋଟି ଟଙ୍କାରେ ଫାଇନାଲ ହେବା ଓ ଏଥିରେ ୮ କୋଟି ଟଙ୍କା ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କୁ ଦେବା କଥାକୁ ସାମ୍‌ ସମ୍ପୂର୍ଣ୍ଣ ଅସ୍ୱୀକାର କରିଦେଇଛନ୍ତି।

ସାମ କହିଛନ୍ତି ଯେ, ଗୋସାଭି ପ୍ରଭାକରଙ୍କ ସେଲ୍‌ଙ୍କ(ଏନ୍‌ସିବି ସାକ୍ଷୀ) ନମ୍ବରକୁ ତାଙ୍କ ଫୋନରେ SW2 ନାଁରେ ସେଭ୍ କରିଥିଲେ। ତାଙ୍କ କାରରେ ପୋଲିସ ବୋର୍ଡ ଲାଗିଥିଲା ଏବଂ ସେ ନିଜକୁ ଏନସିବିର ଜଣେ ଅଧିକାରୀ ବୋଲି କହିଥିଲେ। ଏ ସମସ୍ତ ଟଙ୍କା ଡିଲ୍‌ର ସ୍କାମ ଗୋସାଭି, ସୁନୀଲ ପାଟିଲ ମିଳିତ ଭାବେ କରିଛନ୍ତି। ଏଥିରେ ତାଙ୍କର କୌଣସି ଭୂମିକା ନଥିଲା, ଯଦି ସେ ଏଥିରେ ଥାଆନ୍ତି, ବାର୍ତ୍ତାଳାପରେ ତାଙ୍କର ଟଙ୍କା ଭାଗ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥାନ୍ତା ବୋଲି ସାମ୍‌ କହିଛନ୍ତି।

ସୂଚନା ମୁତାବକ, ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ କେସ୍‌ ମାମଲାରେ ୨୫ କୋଟି ଟଙ୍କାର ଡି୍‌ଲ କଥା ଉଠିଥିଲା। ଏହି ଡିଲ୍‌ରେ ସାମ୍‌ ଡିସୁଜାଙ୍କ ମଧ୍ୟ ହାତ ଥିବା ଅଭିଯୋଗ କରିଥିଲେ ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ୍‌।

The post ଆର୍ଯ୍ୟନ୍‌ ଲିଙ୍କରେ ସାମ୍ନାକୁ ଆସିଲେ ସାମ୍‌ ଡିସୁଜା, ୨୫ କୋଟି ଡିଲ୍‌ର କଲେ ଖୁଲାସା appeared first on Odisha Reporter.



from Odisha Reporter https://ift.tt/3no7lvr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages