ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ: ରାଜନୀତି ଛାଡ଼, କାମ କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ: ରାଜନୀତି ଛାଡ଼, କାମ କର

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ବିଷାକ୍ତ ହେଉଛି ବାୟୁ। ବଢ଼ି ଚାଲିଛି ପ୍ରଦୂଷଣ। ଦିଲ୍ଲୀ ଏନ୍‌ସିଆର୍‌ରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ବର୍ଷିଛନ୍ତି। ପ୍ରଦୂଷଣ ରୋକିବା ନେଇ କ’ଣ ସବୁ ମହତ୍ୱପୂର୍ଣ୍ଣ ପଦେକ୍ଷ ନିଆଯାଇଛି ତାହା ଜଣାଇବା ପାଇଁ କହିଛନ୍ତି ସୁପ୍ରିମ କୋର୍ଟ।

ଆଜି ପ୍ରଦୂଷଣ ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଲକଡାଉନ୍‌ କରିବାକୁ ସରକାର ପ୍ରସ୍ତୁତ ଥିବା କୁହାଯାଇଥିଲା। ତେବେ ଯଦି ଏନ୍‌ସିଆର୍‌କୁ ମଧ୍ୟ ଲକଡାଉନ୍‌ ନକରାଯାଏ ତେବେ ଏହାର ପ୍ରଭାବ ଦିଲ୍ଲୀ ସୀମିତ ପଡିବ ବୋଲି ସତ୍ୟପଠାରେ କୁହାଯାଇଥିଲା।

ଏହାକୁ ଦେଇ ସୁପ୍ରିମକୋର୍ଟ ସତ୍ୟପାଠକୁ ଛାଡି ପ୍ରଦୂଷଣ ରୋକିବା ପାଇଁ କ’ଣ ସବୁ ମୁଖ୍ୟ ପଦେକ୍ଷପ ନେଇଛ ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ପ୍ରଦୂଷଣ ମାମଲାରେ ସୁପ୍ରିମକୋର୍ଟ ସରକାରଙ୍କୁ ତାଗିଦ କରିଥିଲେ। କୋର୍ଟ କହିଛନ୍ତି ଯେ, ଆରୋପ ପ୍ରତ୍ୟାରୋପ ଛାଡ। ପ୍ରଚାର ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ଅଡିଟ୍ କରିବାକୁ ଆମକୁ ବାଧ୍ୟ କରନ୍ତୁ ନାହିଁ। ଆପଣ କୃଷକମାନଙ୍କ ସହ ଆଲୋଚନା କରି ଅତି କମ୍‌ରେ ଏକ ସପ୍ତାହ ପର୍ଯ୍ୟନ୍ତ ନଡା ନ ଜଳିବା ପାଇଁ କହିବା ଉଚିତ।

କେଉଁ ଶିଳ୍ପ ବନ୍ଦ ହୋଇପାରିବ, କେଉଁ ଗାଡ଼ିର ପ୍ରବେଶ ବନ୍ଦ ହୋଇପାରିବ, କେଉଁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇପାରିବ ଏବଂ ବିକଳ୍ପ ବିଦ୍ୟୁତ୍ ଯୋଗାଣ କ’ଣ ହେବ? ଆସନ୍ତାକାଲି ଭିତରେ ଏସବୁ ବିଷୟ ଜଣାନ୍ତୁ ବୋଲି ସୁପ୍ରିମକୋଟୋ ଦିଲ୍ଲୀ ସରକାରଙ୍କୁ କହିଛନ୍ତି।

ସେପଟେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି, ଆମେ ଚାହୁଁ ଯେ, ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣର ହ୍ରାସ ହେଉ, ଆମକୁ ରଜନୀତି ସହ କୌଣସି ସମ୍ପର୍କ ନାହିଁ। ଗତ ଶୁଣାଣି ବେଳେ ସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି, ତତ୍‌କାଳ ଉପାୟ କରିବାକୁ କୁହାଯାଇଥିଲା। ଆପଣ ଯେଉଁ ସବୁ ଉପାୟ କହୁଛନ୍ତି ତାହା ଦୀର୍ଘକାଳୀନ ସମାଧାନ। ଆମକୁ ତତ୍‌କାଳ ସମାଧାନ ଦରକାର ବୋଲି କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ନଡା ଜାଳିବାକୁ ଛାଡି ଧୂଳି, ପରିବହନ ଏବଂ ଶିଳ୍ପକୁ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆମେ ଏହି ତିନୋଟି ବନ୍ଦ କରିଦେବା ତେବେ ପ୍ରଦୂଷଣ କମ୍ ହେବ। ଦିଲ୍ଲୀ ସରକାର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ଚାଷୀଙ୍କୁ ଉପରେ ପୂରା ଦୋଷ ଲଦି ଦିଆଯାଇଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ସରକାର ଯାହା କାମ କରିବେ ବୋଲି ଆମେ ଆଶା କରିଥିଲୁ, ତାହା ଘଟିଲା ନାହିଁ। ଆସନ୍ତାକାଲି ଭିତରେ ଶିଳ୍ପ, ସଡକ, ଘରୁ କାମ, ନଡା ଉପରେ ଆମକୁ  ଉତ୍ତର ଦରକାର। ଏନେଇ ଆସନ୍ତାକାଲି ସୁଦ୍ଧା ଆଫିଡେଭିଟ୍‌ ଦାଖଲ କରିବାକୁ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

The post ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ: ରାଜନୀତି ଛାଡ଼, କାମ କର appeared first on Odisha Reporter.



from Odisha Reporter https://ift.tt/3wLx6J5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages