କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ବିଜେଡିର ଅଣ୍ଡାମାଡ଼! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ବିଜେଡିର ଅଣ୍ଡାମାଡ଼!

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଜୋର ଧରିଛି ଅଣ୍ଡାମାଡ଼ ପ୍ରତିବାଦ। ପ୍ରଥମେ  ରାଜ୍ୟ ସରକାରଙ୍କ କେତେକ ଫ୍ରଣ୍ଟ ଲାଇନ୍‌ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ବିରୋଧୀ ବିଜେପି ଓ କଂଗ୍ରେସ ଅଣ୍ଡା ମାଡ଼ କରୁଥିଲେ। କିନ୍ତୁ ଆଜି ବିଜେଡି ଛାତ୍ର ଜନତା ଦଳ ପକ୍ଷରୁ କେନ୍ଦ୍ର ଜଳଶକ୍ତି ଓ ଜନଜାତି ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇଥିବା ଜଣାପଡ଼ି ନାହିଁ।

କେନ୍ଦ୍ରାପଡ଼ାରେ ହେବାକୁ ଥିବା ଏଲ୍‌ଆଇସିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଯାଇଥିଲେ। କଲେଜ ଛକ ଓ ତିନି ମୁହାଣ ଛକ ନିକଟରେ ବିଜେଡିର କେତେକ ଯୁବକ ସଙ୍ଗଠନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ମନ୍ତ୍ରୀଙ୍କୁ କଳା ପତାକା ମଧ୍ୟ ଦେଖାଇଥିବା ଦେଖିବାକୁ ମିଳିଛି।

ଗତକାଲି ସେହି କେନ୍ଦ୍ରପଡା ଜିଲ୍ଲାରେ ଛାତ୍ର କଂଗ୍ରେସ ଓ ବିଜେପି ପକ୍ଷରୁ ହୋଇଥିଲା ଅଣ୍ଡା ମାଡ଼। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ  କେନ୍ଦ୍ରାପଡା ଗସ୍ତକୁ ବିରୋଧ କରି  ଲ’ କଲେଜ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ସହ  ଅଣ୍ଡା ମାଡ଼ କରାଯାଇଥିଲା। କେବଳ କଂଗ୍ରେସ ନୁହେଁ, ବିଜେପି ମଧ୍ୟ ଆଇନ୍‌ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲା। ଗୁଲ ନଗର ଛକରେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା।

The post କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ବିଜେଡିର ଅଣ୍ଡାମାଡ଼! appeared first on Odisha Reporter.



from Odisha Reporter https://ift.tt/30MjktO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages