ଖପ୍ପା ହେଲେ ବିଗ୍‌ ବି, ପଠାଇଲେ ଲିଗାଲ୍‌ ନୋଟିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ଖପ୍ପା ହେଲେ ବିଗ୍‌ ବି, ପଠାଇଲେ ଲିଗାଲ୍‌ ନୋଟିସ୍‌

ମୁମ୍ବାଇ: ନିଜର ୭୯ତମ ଜନ୍ମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ବିଗ୍‌ ବି। ବିଭିନ୍ନ ମହଲରୁ ଟ୍ରୋଲର ଶିକାର ହେବା ପରେ ଏକ ବଡ଼ ପାନ ମସଲା ବ୍ରାଣ୍ଡର ହାତ ଛାଡିଥିଲେ ବିଗ୍‌ ବି’। କେବଳ ସେତିକି ନୁହେଁ ସେ ଫି’ ମଧ୍ୟ ଫେରାଇ ଦେଇଥିଲେ। ହେଲେ ଏହା ସତ୍ତ୍ୱେ ସୁଧୁରୁନି କମ୍ପାନୀ ।

ଏବେ ବି କମ୍ପାନୀର ବିଜ୍ଞାପନରେ ରଣବୀର ସିଂଙ୍କ ସହ ଅମିତାଭଙ୍କୁ ଦେଖିବାକୁ ମିଳିଛି। ଏହା ଦେଖି ଖପ୍ପା ହୋଇ ଯାଇଛନ୍ତି ବିଗ୍‌ ବି । ଏପରିକି କମ୍ପାନୀ ନିକଟକୁ ପଠାଇଛନ୍ତି ଲିଗାଲ ନୋଟିସ୍‌।

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅନେକ ବିଜ୍ଞାପନ କରନ୍ତି। ତାଙ୍କ ବିଜ୍ଞାପନରୁ ତାଙ୍କ ଫ୍ୟାନ୍‌ ମଧ୍ୟ ଖୁବ୍‌ ପ୍ରଭାବିତ ହୁଅନ୍ତି।  ନିକଟରେ ବିଗ୍ ବି’ ‘କମଲା ପସନ୍ଦ’ ପାନ୍ ମସାଲା ବିଜ୍ଞାପନ କରିଥିଲେ, ଯାହା ପରେ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ କରାଯାଇଥିଲା। ତେବେ ନିଜ ଜନ୍ମ ଦିନରେ ବିଗ୍ ବି’ ଏହି ପାନ୍ ମସାଲା ବ୍ରାଣ୍ଡ ସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ କରିଦେଇଥିଲେ। ଏନେଇ ଅମିତାଭ ନିଜ ବ୍ଲଗରେ ସୂଚନା ଦେଇଥିଲେ।

ଜଣେ ପ୍ରଶଂସକ ଅମିତାଭ ବଚ୍ଚନଙ୍କୁ ସୋଶାଲ ମିଡିଆରେ ସେ ଏହି ବ୍ରାଣ୍ଡକୁ କାହିଁକି ସମର୍ଥନ କରିବାକୁ ପସନ୍ଦ କଲେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ବିଗ୍‌ ବି’ ‘ମୁଁ କ୍ଷମା ପ୍ରାର୍ଥନା କରୁଛି’ ବୋଲି କହିଥିଲେ। ଏହାପରେ ସେ କମ୍ପାନୀ ସହ ସମସ୍ତ ଚୁକ୍ତିନାମା ବାତିଲ କରିବା ସହ ଅର୍ଥ ଫେରସ୍ତ କରି ଦେଇଥିଲେ।

ହେଲେ କମ୍ପାନୀ ନିଜ ବ୍ୟବସାୟିକ ଫାଇଦା ପାଇଁ ବିଗ୍‌ ବିଙ୍କୁ ନେଇ ସୁଟିଂ କରିଥିବା ବିଜ୍ଞାପନକୁ ପ୍ରଦର୍ଶୀତ କରୁଛି। ଏହାକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ବିଗ୍‌ ବି। ଏପରିକି ଲିଗାଲ ନୋଟିସ୍‌ ପଠାଇ କମ୍ପାନୀକୁ ତାର ଭୁଲ୍‌ ସମ୍ପର୍କରେ ଚେତାଇଦେବାକୁ ସେ ନିଷ୍ପତ୍ତି ନେଇଛନ୍ତି।

The post ଖପ୍ପା ହେଲେ ବିଗ୍‌ ବି, ପଠାଇଲେ ଲିଗାଲ୍‌ ନୋଟିସ୍‌ appeared first on Odisha Reporter.



from Odisha Reporter https://ift.tt/3DFJVXM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages