କୋଲକତା: ଅନଲାଇନ୍ ଫ୍ରଡର ଶିକାର ହେଲେ ମହିଳା। ନିଜ ବ୍ୟାଙ୍କ ବାଲାନ୍ସ ଚେକ୍ କରିବାକୁ ଏସ୍ବିଆଇର ୟୋନୋ ମୋବାଇଲ ଆପ୍ ଡାଉନ୍ଲୋଡ କରୁ କରୁ ଆକାଉଣ୍ଟରୁ କଟିଗଲା ୨ ଲକ୍ଷ ଟଙ୍କା । ଏପରି ଘଟଣା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଘଟିଥିବା ବେଳେ ଏନେଇ ମହିଳାଜଣକ ସାଇବର କ୍ରାଇମ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ହୁଗଳିର ଭଦ୍ରେଶ୍ୱର ଥାନା ଅଞ୍ଚଳର ଚାପଦାନୀରେ ରହୁଥିବା କଞ୍ଚନ ଜୟସୱାଲ ନାମ୍ନୀ ମହିଳା ଫ୍ଲିପ କାର୍ଡରେ ୧୫ ହଜାର ଟଙ୍କାର ମୋବାଇଲ ମଗାଇଥିଲେ। ହେଲେ ଡେଲିଭରି ହେବା ପରେ ମୋବାଇଲ ଫୋନ୍ ଖରାପ ଥିବା ଦେଖି ସେ ତାହାକୁ ଫେରାଇ ଦେଇଥିଲେ। ଏହାପରେ ଗତ ମାସ ୨୫ ତାରିଖରେ ମୋବାଇଲ ଫୋନ୍ ଟଙ୍କା ଆକାଉଣ୍ଟକୁ ଆସିଛି କି ନାହିଁ ଚେକ୍ କରିବାକୁ ୟୋନୋ ଆପ୍ ଡାଉନଲୋଡ କଲେ। ଏହାପରେ ଆଖି ପିଛୁଳାକେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୪୦ ହଜାର ଟଙ୍କା କଟିଗଲା। ଏହାପରେ ଥରକୁ ଥର କରି ସମୁଦାୟ ୧ ଲକ୍ଷ ୮୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଗଲା।
ଏହାଦେଖି କଞ୍ଚନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ସଙ୍ଗେ ସଙ୍ଗେ ସେ ନିଜ ପାସବୁକ୍ ଓ ମୋବାଇଲ ଫୋନ୍ ସହ ନିକଟସ୍ତ ଏସ୍ବିଆଇ ବ୍ରାଞ୍ଚରେ ପହଞ୍ଚିଲେ। ସେଠାରେ ବ୍ୟାଙ୍କ ଅଧିକାରୀ ଯାଞ୍ଚ କରି ମୋବାଇଲ ହ୍ୟାକ୍ କରାଯାଇ ଏପରି ଟଙ୍କା ନିଆଯାଇଥିବା ସୂଚନା ଦେଇଥିଲେ । ଏହାପରେ ସେ ଥାନାକୁ ଯାଇଥିଲେ। ପୁଲିସ୍ ଅଧିକାରୀଙ୍କ ପରାମର୍ଶ କ୍ରମେ ଏନେଇ ସେ ସାଇବର କ୍ରାଇମ୍ ସେଲ୍ରେ ଅଭିଯୋଗ କଲେ। ୧୫ ଦିନ ପରେ ବି କଞ୍ଚନ ନିଜ ଟଙ୍କା ଫେରି ପାଇ ନାହାନ୍ତି।
ପୁଲିସ୍ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା କୁହାଯାଉଛି।
The post ୟୋନୋ ଆପ୍ ଡାଉନଲୋଡ କରୁଥିଲେ ମହିଳା, କଟିଗଲା ୨ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/307jsU5
No comments:
Post a Comment