ଚଣ୍ଡିଗଡ: ଖୁବ୍ ଶୀଘ୍ର ବନ୍ଧା ହେବେ ହରିୟାଣୀ ସୁପ ଗାୟିକା ତଥା ନୃତ୍ୟଶିଳ୍ପୀ ସପନା ଚୌଧୁରୀ। ସପନାଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ଗିରଫ ୱାରେଣ୍ଟ । ଏକ ଠକେଇ ମାମଲାରେ ଖୁବ୍ ଶୀଘ୍ର ସପନା ବନ୍ଧା ହେବେ ବୋଲି ଜଣାଯାଇଛି।
ଏକ ଇଭେଣ୍ଟକୁ ବାତିଲ କରି ଟିକେଟ୍ କିଣିଥିବା ଲୋକଙ୍କୁ ଟଙ୍କା ଫେରସ୍ତ ନକରିବା ପାଇଁ ଲକ୍ଷ୍ନୌ କୋର୍ଟ ସପନାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ୱାରେଣ୍ଟ ଜାରି କରି ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗି କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୨ତାରିଖ ସ୍ଥିର କରିଛନ୍ତି।
ଇନ୍ସପେକ୍ଟର ଫିରୋଜ ଖାନ ଅକ୍ଟୋବର ୧୪, ୨୦୧୮ ରେ ଆଶିୟାନା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ। ସପନାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମର ଆୟୋଜକ ଜୁନୈଦ ଅହମ୍ମଦ, ନବୀନ ଶର୍ମା, ଇୱାଦ ଅଲି, ଅମିତ ପାଣ୍ଡେ ଏବଂ ରତ୍ନାକର ଉପାଧ୍ୟାୟ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ହୋଇଥିଲେ।
ମକଦ୍ଦମାରେ ଅଭିଯୋଗ ହୋଇଛି ଯେ, ସପନା ଅକ୍ଟୋବର ୧୩, ୨୦୧୮ ରେ ସ୍ମୃତି ଉପବନରେ ଏକ କାର୍ଯ୍ୟକ୍ରମ କରିବାର ଥିଲା। ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ହେବାର ଥିଲା। ଏଥିନିମନ୍ତେ ଅନଲାଇନ୍ ଓ ଅଫଲାଇନ୍ରେ ଟିକେଟ ବିକ୍ରି ହୋଇଥିବା ବେଳେ ଏହାର ମୂଲ୍ୟ ୩୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ହଜାର ଲୋକ ସ୍ମୃତି ଉପବନରେ ପହଞ୍ଚିଥିଲେ। ମାତ୍ର ରାତି ୧୦ ଟା ପର୍ଯ୍ୟନ୍ତ ସପନାଙ୍କ ଦେଖା ମିଳି ନ ଥିଲା।
ଫଳରେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଲୋକେ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଇ ନାହିଁ। ଏହି ମାମଲାକୁ ଶେଷ କରିବାକୁ ଚାହୁଁଥିବା ସପନା ଚୌଧୁରୀଙ୍କ ଆବେଦନକୁ କୋର୍ଟ ପୂର୍ବରୁ ଖାରଜ କରିସାରିଛନ୍ତି।
The post ବନ୍ଧା ହେବେ ସପନା ଚୌଧୁରୀ appeared first on Odisha Reporter.
from Odisha Reporter https://ift.tt/3CsU2hx
No comments:
Post a Comment