ନୱାବଙ୍କୁ କାହିଁକି ଏତେ ଡର ଲାଗୁଛି? ପଚାରିଲେ ବିଜେପି ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ନୱାବଙ୍କୁ କାହିଁକି ଏତେ ଡର ଲାଗୁଛି? ପଚାରିଲେ ବିଜେପି ନେତା

ମୁମ୍ବାଇ: ଭୟଭୀତ ହୋଇପଡିଛନ୍ତି ମହାରାଷ୍ଟ୍ରର ଅନ୍ୟତମ ପାଓ୍ୱାରଫୁଲ ମନ୍ତ୍ରୀ ନୱାବ ମଲ୍ଲିକ । କେହି ଜଣେ ତାଙ୍କୁ କୁଆଡେ ଫସେଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି। ତେବେ ନୱାବଙ୍କର ଏପରି ଭୟଭୀତ ଠାଣିକୁ ନେଇ ବାଣ ମାରିଛି ବିଜେପି । କହିଛି, ‘ଯିଏ ଯେମିତି ସ୍ୱଭାବର ସିଏ ସେମିତି ଭାବିବ। ନୱାବ ଅନ୍ୟଙ୍କ ବିରୋଧରେ ଷଡଯନ୍ତ୍ର ରଚି ପାପାର ପାହାଡ ଉପରେ ଛିଡା ହୋଇଛନ୍ତି ବୋଧହୁଏ। ତେଣୁ ଏପରି ଭୟଭୀତ ହୋଇଛନ୍ତି ବୋଲି କହିଛି ବିଜେପି।’

ମହାରାଷ୍ଟ୍ର ବିଜେପିର ମୁଖପାତ୍ର ପ୍ରେମ ଶୁକ୍ଳା ଟ୍ୱିଟ୍ କରି କହିଛନ୍ତି, ‘ମହାରାଷ୍ଟ୍ରରେ କାହାର ସରକାର ରହିଛି? ସେ କାହିଁକି ତଦନ୍ତ କରୁ ନାହାନ୍ତି? ପୁଲିସ ବିଭାଗକୁ ତଦନ୍ତ କରିବାକୁ ଅନୁରୋଧ କରିପାରିବେ ହେଲେ, ନୱାବ ଏପରି କରୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ବଟି ଆଦାୟ ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖ ଯେପରି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ସେହିପରି ସମାନ ଦଣ୍ଡ ଭୋଗିବାକୁ ହେବ ବୋଲି ନୱାବ ବୋଧହୁଏ ଜାଣିସାରିଛନ୍ତି । ତେଣୁ ଏପରି ନାଟକ କରୁଛନ୍ତି ବୋଲି ବିଜେପି ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନୱାବ ମଲ୍ଲିକ ବିଭିନ୍ନ ସମୟରେ ମୁମ୍ବାଇ ଏନସିବି ମୁଖ୍ୟ ସମୀର ଓ୍ୱାଙ୍ଖଡେ ଏବଂ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଯାହାକୁ ସେ ମିଡିଆ ଆଗରେ ନିର୍ଭୀକତାର ସହ ରଖିଛନ୍ତି। କିନ୍ତୁ ଏହାକୁ ଓ୍ୱାଙ୍ଖଡେ ଏବେ ଫଡନାଭିସ ଖାରଜ କରି ଆସୁଛନ୍ତି। ନୱାବଙ୍କ ଜ୍ୱାଇଁ ଡ୍ରଗ୍ସ ମାମଲାରେ ଗିରଫ ହୋଇ ୮ ମାସ ପରେ ଜେଲରୁ ବାହାରିଛନ୍ତି। ତେଣୁ ବ୍ୟକ୍ତିଗତ ରାଗ ରଖି ନୱାବ ସମୀରଙ୍କ ବିରୋଧରେ ନାନା ଅଭିଯୋଗ ଆଣୁଛନ୍ତି ବୋଲି ବିଜେପି କହିଛି। ସେହିପରି ଫଡନାଭିସଙ୍କ ପତ୍ନୀଙ୍କର ଜଣେ ମାଫିଆଙ୍କ ସହିତ ଏକ ଫଟୋ ଶେୟାର କରି ନୱାବ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପରେ ପଡନାଭିସ ଏକ ଦସ୍ତାବିଜ ଦେଖାଇଥିଲେ ଯେଉଁଥିରେ ନୱାବ ମଲ୍ଲିକ ଅଣ୍ଡର ଓ୍ୱାର୍ଲଡ ଡନ ଦାଉଦ ପାଖରୁ ଶସ୍ତା ଦାମରେ ଜମି କିଣିଥିଲେ। ଏହାପରେ ନୱାବଙ୍କ ଶ୍ୱର ନରମିବା ଆରମ୍ଭ କରିଛି।

ସମୀରଙ୍କ ବିରୋଧରେ ଅଭିଯୋଗ ଆଣି ତଦନ୍ତ କରିବାକୁ ନୱାବ ମଲ୍ଲିକ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଟାଗ କରି ଏକ ଟ୍ୱିଟ୍ କରିଥିଲେ। ଏବେ ନିଜ ଉପରକୁ ଯେତେବେଳେ ବିପଦ ଆସୁଛି ବୋଲି କହୁଛନ୍ତି ସେତେବେଳେ ସେ କାହିଁକି ସିଧା ମହାରାଷ୍ଟ୍ର ଗୃହ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଉ ନାହାନ୍ତି?  ନୱାବ ବିବାଦରେ ଫସିବାକୁ ଯାଉଥିବା ଜାଣି ସରକାର ହାତ ଟେକି ଦେଇଛନ୍ତି କି?

The post ନୱାବଙ୍କୁ କାହିଁକି ଏତେ ଡର ଲାଗୁଛି? ପଚାରିଲେ ବିଜେପି ନେତା appeared first on Odisha Reporter.



from Odisha Reporter https://ift.tt/3lhkiWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages