ପ୍ରବଳ ବର୍ଷିବ, ୨୦ ଜିଲ୍ଲାରେ ସ୍କୁଲ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ପ୍ରବଳ ବର୍ଷିବ, ୨୦ ଜିଲ୍ଲାରେ ସ୍କୁଲ ବନ୍ଦ

ଚେନ୍ନାଇ: ତାମିଲନାଡୁରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭବିଷ୍ୟବାଣୀ କରିଛି। ପ୍ରବଳ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ୨୦ ଜିଲ୍ଲାରେ ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶୁକ୍ରବାର ଆଇଏମଡି କହିଛି ଯେ, ତାମିଲନାଡୁର କନ୍ୟାକୁମାର, ତିରୁନେଲଭେଲି ଓ ଥେନକାସି ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁବାର ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ପୂର୍ବାନୁମାନରେ କୁହାଯାଇଛି, ଥୁଥୁକୁଡି, କୁଡାଲୋର, ବିଲୁପୁରମ୍, ଚେଙ୍ଗାଲପାଟ୍ଟୁ, ଚେନ୍ନାଇ, କାଞ୍ଚିପୁରମ୍, ତିରୁଭଲ୍ଲୁର, ଥେନି, ମଦୁରାଇ, ପୁଡୁକୋଟ୍ଟାଇ ଓ ପୁଡଚେରୀର ଅଲଗା ଅଲଗା ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆଇଏମଡି କହିଛି, ତାମିଲନାଡୁ ଓ କରାଇକଲର ବାକି ସ୍ଥାନର କିଛି କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ରାଜ୍ୟ ସରକାର ୨୦ ଜିଲ୍ଲାରେ ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲେ ଶିବଗନଗି, ଥେନି, ମଦୁରାଇ, ତ୍ରିଚି, ତାଞ୍ଜାଭୁର୍, ପୁଦୁକୋଟ୍ଟଇ, ତିରୁଭରୁର, କଲ୍ଲାକୁରିଚି, ଭିଲ୍ଲୁପୁରମ୍, ରାମନାଥପୁରମ୍, ନାଗପଟ୍ଟିନମ୍, ମାୟିଲାଦୁଦୁରାଇ, କୁଡ୍ଡାଲୋର୍, ଆରିୟାଲୁର୍, ଦିଣ୍ଡିଗୁଲ୍, ତିରୁନେଲଭେଲି, ଥୁଥୁକୁଡି, ବିରୁଧୁନଗର, କନ୍ୟାକୁମାରୀ, ଥେନକାସି।

ଏହାରି ଭିତରେ ଗୁରୁବାର ବିଳମ୍ବିତ ରାତିରୁ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଯେଉଁ କାରଣରୁ ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି।

The post ପ୍ରବଳ ବର୍ଷିବ, ୨୦ ଜିଲ୍ଲାରେ ସ୍କୁଲ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3p83hiy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages