ଶ୍ରୀମନ୍ଦିର ଐତିହ୍ୟା କରିଡର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ଶ୍ରୀମନ୍ଦିର ଐତିହ୍ୟା କରିଡର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଐତିହ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୧ରେ ଅଙ୍କୁର ରୋପଣ ପରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଉତ୍ତରଦ୍ୱାର ସମ୍ମୁଖରେ ଯଜ୍ଞ ଆରମ୍ଭ ହୋଇ ୨୪ ତାରିଖରେ ପୂର୍ଣ୍ଣାହୂତି ହେବ।

ଏହି ସମୟ ଭିତରେ ମୁଖ୍ୟମନ୍ତ୍ରୀ କୌଣସି ଏକ ଦିନ ଯୋଗ ଦେଇ ପ୍ରକଳ୍ପର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ କୋଉ ଦିନ ଯୋଗ ଦେବେ ସରକାରୀ ଭାବେ ଘୋଷଣା ହୋଇ ନ ଥିବା ବେଳେ ଯଜ୍ଞ ପୂର୍ଣ୍ଣାହୂତି ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଗତକାଲି ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିଥିଲା। ପ୍ରକଳ୍ପ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ଥିଲେ।

The post ଶ୍ରୀମନ୍ଦିର ଐତିହ୍ୟା କରିଡର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3Cejo2o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages