ପ୍ରିୟଙ୍କାଙ୍କୁ ଟାର୍ଗେଟ କରି ସ୍ମୃତି କହିଲେ- ‘ଘର ପର ଲଡ୍‌କା ହେ, ପର ଲଢ୍‌ ନହିଁ ସକ୍‌ତା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ପ୍ରିୟଙ୍କାଙ୍କୁ ଟାର୍ଗେଟ କରି ସ୍ମୃତି କହିଲେ- ‘ଘର ପର ଲଡ୍‌କା ହେ, ପର ଲଢ୍‌ ନହିଁ ସକ୍‌ତା’

ନୂଆଦିଲ୍ଲୀ:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦% ସିଟ୍‌ରେ ମହିଳା ପ୍ରାର୍ଥୀ ଦେବାକୁ ଗତ ମାସରେ ଘୋଷଣା କରିଥିଲେ ପ୍ରିୟଙ୍କା ଗାନ୍ଧୀ। ଏଥିସହ ସେ ସ୍ଲୋଗାନ ଦେଇଥିଲେ ‘ଲଡକି ହୁଁ, ଲ‍ଢ ସକତି ହୁଁ’ । ହେଲେ ଏହାର ଜବାବ ଦେବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଇରାନୀ କହିଛନ୍ତି, ଏହାର ଅର୍ଥ, ‘ଘର ପର ଲଡକା ହେ, ପର ଲଢ଼ ନହିଁ ସକତା। ’

ଏକ ଘରୋଇ ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମୃତି ଇରାନୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗଟ କରିଛନ୍ତି । ଏଥିସହ ସେ କହିଛନ୍ତି, ନୀତି, ବିକାଶ ଓ ଲୋକତନ୍ତ୍ରକୁ ଆଧାର କରି ଭାଜପା ନିର୍ବାଚନ ମଇଦାନକୁ ଓହ୍ଲାଇବ।  ପ୍ରିୟଙ୍କା ୪୦% ସିଟ୍‌ରେ କଂଗ୍ରେସ ମହିଳା ପ୍ରାର୍ଥୀ ଛିଡ଼ା କରିବ ବୋଲି କରିଥିବା ଘୋଷଣାକୁ ଟାର୍ଗେଟ କରି ସ୍ମୃତି କହିଛନ୍ତି, ଏହାର ଅର୍ଥ କଂଗ୍ରେସ ମହିଳାଙ୍କୁ ୬୦% ଟିକେଟ ଦେବାକୁ ଚାହୁଁନି।

ଏହାବାଦ ସେ କହିଛନ୍ତି, ହାରିବା ଜିତିବା ରାଜନୀତିର ଏକ ଅଂଶବିଶେଷ। ମୁଁ ମଧ୍ୟ ୨୦୧୪ ମସିହାରେ ହାରିଥିଲି। କିନ୍ତୁ ଲୋକମାନଙ୍କୁ ତୁମ ପ୍ରୟାସ ତଥା ଚେଷ୍ଟା ଉପରେ ବିଶ୍ୱାସ ରହିବା ଦରକାର। ସମାଜର ମହିଳା ନେତ୍ରୀମାନେ କେବଳ ମହିଳାମାନଙ୍କ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ ନୁହେଁ। ସେମାନେ ସମସ୍ତଙ୍କୁ ସମାନ ଭାବେ ପ୍ରାଧାନ୍ୟ ଦେବା ଉଚିତ ।

ଏହାବାଦ, ସମାଜବାଦୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି, ଗତ ୩୧ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିଳେଶ କହିଥିଲେ, ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହରୁ ଓ ମହମ୍ମଦ ଜିନା  ବାରିଷ୍ଟର ହେବା ସହ ଦେଶ ପାଇଁ ଲଢ଼ିଥିଲେ।

ଅଖିଳେଶଙ୍କ ଏହି ବୟାନର ମଜାକ ଉଡ଼ାଇ ସ୍ମୃତି  କହିଛନ୍ତି, ସର୍ଦ୍ଦାର ପଟେଲ ଅତୁଳନୀୟ ଥିଲେ। ଦେଶବାସୀଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବାର ଶ୍ରେୟ ତାଙ୍କର। ଆପଣ ଏପରି ବ୍ୟକ୍ତିତ୍ୱଙ୍କ ତୁଳନା ଏପରି ଲୋକଙ୍କ ସହ କରିବାକୁ ଚାହିଁବେ, ଯିଏ କହିଥିଲେ ଚାଲ ଧର୍ମ ଆଧାରରେ ଦେଶକୁ ବିଭାଜିତ କରିବା।

ଏହାବାଦ ସଲମାନ ଖୁର୍ସିଦଙ୍କ ବହିକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏନେଇ ସ୍ମୃତି ଇରାନୀ କହିଛନ୍ତି, ୧୫ ବର୍ଷ ପୂର୍ବେ ବି ଖୁର୍ସିଦ ମହାଶୟ ଏକ ବହି ଲେଖିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ୧୯୮୪ ମସିହାରେ ହୋଇଥିବା ଦଙ୍ଗାରେ ହିନ୍ଦୁ ଓ ଶିଖ୍‌ ସମ୍ପ୍ରଦାୟ ଲୋକ ନିଜ ପାପର ପ୍ରାୟଶ୍ଚିତ କରିଛନ୍ତି।

ହିନ୍ଦୁତ୍ୱ ଉପରେ କୌଣସି ଏକ ଦଳର ନୁହେଁ, ଏହା ଉପରେ ସମସ୍ତଙ୍କ ଅଧିକାର ଥିବା କହିଛନ୍ତି ସ୍ମୃତି ।

The post ପ୍ରିୟଙ୍କାଙ୍କୁ ଟାର୍ଗେଟ କରି ସ୍ମୃତି କହିଲେ- ‘ଘର ପର ଲଡ୍‌କା ହେ, ପର ଲଢ୍‌ ନହିଁ ସକ୍‌ତା’ appeared first on Odisha Reporter.



from Odisha Reporter https://ift.tt/3wESZcW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages