ଆବଶ୍ୟକ ସାମଗ୍ରୀ: ପୋହଳା ମାଛ, ଦହି, ସୋରିଷ-ରସୁଣ ବଟା, ଟମାଟୋ, କଞ୍ଚା ଲଙ୍କା, ଜିରା, ଧନିଆ ପତ୍ର, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ସୋରିଷ ତେଲ, ଭୃଷଙ୍ଗ ପତ୍ର ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପୋହଳା ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ମାଛରେ ଲୁଣ ଓ ହଳଦୀ ପକାଇ ଗୋଳାଇ ଏକ ପାତ୍ରରେ ରଖି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ ମାଛକୁ ଭଲ ଭାବେ ଭାଜି ଦିଅନ୍ତୁ। ତା’ପରେ ମାଛକୁ ଏକ ପାତ୍ରକୁ କାଢ଼ି ରଖି ଦିଅନ୍ତୁ।
ଏବେ ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଗୋଟା ଜିରା, କଞ୍ଚା ଲଙ୍କା ଓ ଭୃଷଙ୍ଗ ପତ୍ର ପକାଇ ଭାଜନ୍ତୁ। ପରେ ସେଥିରେ ସୋରିଷ-ରସୁଣ ବଟାକୁ ପକାନ୍ତୁ। ଏହା ପରେ କଟା ଟମାଟୋ ପକାଇ ଅଳ୍ପ ସମୟ ପାଇଁ କଷନ୍ତୁ। ମସଲା ଟିକେ କଷି ହୋଇଯିବା ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ପୁଣି ଥରେ କଷନ୍ତୁ।
ଏହା ପରେ ସେଥିରେ ଦହି ପକାଇ ଦିଅନ୍ତୁ। ମନେରଖନ୍ତୁ ଦହି ପକାଇବା ବେଳେ ଗ୍ୟାସର ଆଞ୍ଚକୁ କମ୍ ରଖିବା ଦରକାର, ନ ହେଲେ ଦହି ଫାଟି ଯିବାର ସମ୍ଭାବନା ରହିଥାଏ । ତା’ପରେ ଏହି ମିଶ୍ରଣକୁ ଆସ୍ତେ ଆସ୍ତେ ଗୋଳାଇ ଦିଅନ୍ତୁ। ଏହା ପରେ ଭଜା ହୋଇଥିବା ପୋହଳା ମାଛକୁ ସେଥିରେ ପକାଇ ଦିଅନ୍ତୁ। ପରେ ଅଳ୍ପ ପାଣି ଦେଇ କରେଇକୁ ଘୋଡ଼ାଇ ଦିଅନ୍ତୁ। ପାଣି ମରି ଯିବା ପରେ ଘୋଡ଼ଣୀ କାଢି ଦିଅନ୍ତୁ। ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗରମାଗରମ ‘ଦହି ପୋହଳା ବେସର’।
The post ଦହି ପୋହଳା ବେସର appeared first on Odisha Reporter.
from Odisha Reporter https://ift.tt/3H8nzjU
No comments:
Post a Comment