‘ଓମିକ୍ରନ୍‌’କୁ ନେଇ ରାଜଧାନୀର ହସ୍ପିଟାଲରେ ହାଇ ଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 27, 2021

‘ଓମିକ୍ରନ୍‌’କୁ ନେଇ ରାଜଧାନୀର ହସ୍ପିଟାଲରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା କରୋନାର ନୂଆ ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।  ସବୁଠୁ ଓମିକ୍ରନ୍‌କୁ ନେଇ ସତର୍କତା ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏ ବାବଦରେ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏବେ ଦେଶର ରାଜଧାନୀରେ ମଧ୍ୟ ଓମିକ୍ରନ୍‌କୁ ନେଇ ହସ୍ପିଟାଲଗୁଡ଼ିକ ପାଇଁ କେତେକ ଜରୁରୀ ନିର୍ଦ୍ଦେଶ ଜାରି କରାଯାଇଛି।

ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ଦିଲ୍ଲୀ ମୁଖ୍ୟ ସଚିବ, ପୁଲିସ କମିସନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନୂଆ ଭାରିଏଣ୍ଟର ମୁକାବିଲା ପାଇଁ ସତର୍କତା ପଦକ୍ଷେପ ବଢ଼ାଇବା ଉପରେ ଆଲୋଚନା କରିଛନ୍ତି। ଦିଲ୍ଲୀରେ ଅଚାନକ ସଂକ୍ରମଣ ବ୍ୟପିଲେ ଯେଉଁ ସ୍ଥିତି ଉପୁଜିବ ତାହାର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲଗୁଡ଼ିକୁ ହାଇ ଆଲର୍ଟ କରାଯାଇଛି। ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସାର୍ବଜନୀନ ସ୍ଥାନ ଏବଂ ସମାରୋହଗୁଡିକରେ କୋଭିଡ ପ୍ରଟୋକଲଙ୍କୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍‌ମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି। ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୋବମାର କରୋନାର ନୂଆ ଭାରିଏଣ୍ଟ ଓମିକ୍ରମନ୍‌କୁ ନେଇ ଡିଡିଏମ୍‌ଏ ବୈଠକ ବସିବ। ଏଥିରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ, ଦକ୍ଷିଣ ଆଫ୍ରିକା, ବୋସୱାନା, ଜିମ୍ବାୱେ ଏବଂ ହଂକଂ ଆଦିରୁ ଆସିଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ୍‌ କରିବା ଭଳି ନିଷ୍ପତ୍ତି ନିଆଯାଇପାରେ।

ସେପଟେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଦେଶକୁ ବିମାନ ଉଡାଣ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍‌ କରି ଅପିଲ କରିଛନ୍ତି।

The post ‘ଓମିକ୍ରନ୍‌’କୁ ନେଇ ରାଜଧାନୀର ହସ୍ପିଟାଲରେ ହାଇ ଆଲର୍ଟ appeared first on Odisha Reporter.



from Odisha Reporter https://ift.tt/3D0GlGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages