ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥର ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶୀତ ଅଧିବେଶନରେ ଗୃହର ବଢ଼ିବ ତାତି। ବିରୋଧୀ ବିଜେପି, କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି। ଗୃହରେ ସରକାରଙ୍କୁ ଘେରିବାକୁ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ମାମଲାରେ ସିବିଆଇ ତଦନ୍ତ ଦାବିକୁ ଗୃହରେ ଜୋରଦାର ଢଙ୍ଗରେ ଉଠାଇବ ଦଳ। ଏଥିସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ଆବାସ ଦୁର୍ନୀତି, ବିଜୁ ସ୍ୱାସ୍ଥ୍ୟ କାର୍ଡ ଓ ଡିଏମ୍ଏଫ୍ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଛି।
ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ବି ବସିଛି। ଦଳ ଗୃହରେ ମମିତା ପ୍ରସଙ୍ଗ ଉଠାଇବ ବୋଲି ନିଷ୍ପତ୍ତି ହୋଇଛି।
ଅପରପକ୍ଷେ ବିରୋଧୀଙ୍କୁ କାଉଣ୍ଟର୍ କରିବାକୁ ବି ଯୋଜନା ପ୍ରସ୍ତୁତ କରିଛି ବିଜେଡି। କେନ୍ଦ୍ର ଅବହେଳାକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ବିଜେଡି କହିଛି। ଏଥିସହ ସ୍ୱାମୀନାଥନ କମିଟି ସୁପାରିଶ କାର୍ଯ୍ୟକାରୀ କରିବାକୁ ଦଳ ଦାବି କରିବ। ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି, କୋଇଲା ରୟାଲଟି ଏବଂ ସାର ଅଭାବ ପ୍ରସଙ୍ଗ ଉଠାଇବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ।
The post ଆଜିଠୁ ଶୀତକାଳୀନ ଅଧିବେଶନ; ତେଜିବ ଦିବ୍ୟଶଙ୍କରଙ୍କୁ ବହିଷ୍କାର ତାତି appeared first on Odisha Reporter.
from Odisha Reporter https://ift.tt/31jTJsB
No comments:
Post a Comment