ମଦ ବ୍ୟବସାୟକୁ କାଲିଠାରୁ ଅଲିବଦା କହିବେ ସରକାର, ବନ୍ଦ ହେବ ୬୦୦ ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 15, 2021

ମଦ ବ୍ୟବସାୟକୁ କାଲିଠାରୁ ଅଲିବଦା କହିବେ ସରକାର, ବନ୍ଦ ହେବ ୬୦୦ ଦୋକାନ

ନୂଆଦିଲ୍ଲୀ: ମଦର ଖୁଚୁରା ବ୍ୟବସାୟକୁ ମଙ୍ଗଳବାର ରାତିରୁ ବିଧିବଦ୍ଧ ଭାବେ ଅଲବିଦା କହିବେ ଦିଲ୍ଲୀ ସରକାର। ମଦ ବ୍ୟବସାୟର ଦାୟିତ୍ୱ ଘରୋଇ ସଂସ୍ଥା ହାତରେ ଟେକି ଦେଇ ସରକାର ଏଥିରୁ ମୁକ୍ତ ହେବାକୁ ଯାଉଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତି ଦ୍ୱାରା ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରାୟ ୬୦୦ ଖୁଚୁରା ମଦ ଦୋକାନ ବନ୍ଦ ହୋଇଯିବ। ଏହାବଦଳରେ ଘରୋଇ ମଦ ଦୋକାନ ସବୁ ଖୋଲିବ। ବୁଧବାର ସକାଳୁ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ, ସହରରେ ଥିବା ମଦ ଦୋକାନର ସଞ୍ଚାଳନ ଘରୋଇ ସଂସ୍ଥା ହାତକୁ ଯିବ।

ତେବେ ୬୦୦ ସରକାରୀ ଦୋକାନ ବନ୍ଦ ହେବାକୁ ଯାଉଥିବାରୁ ଦିଲ୍ଲୀରେ ମଦର ଅଭାବ ଦେଖିବାକୁ ମିଳିପାରେବ। କାରଣ ବୁଧବାର ସକାଳୁ ଏକାକାଳୀନ ୮୫୦ ଘରୋଇ ମଦ ଦୋକାନ ସେବା ଆରମ୍ଭ କରିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ସରକାରଙ୍କ ପକ୍ଷରୁ ୩୨ଟି ଜୋନରେ ଖୋଲିବାକୁ ଥିବା ମଦ ଦୋକାନକୁ ଲାଇସେନ୍ସ ଦିଆଯାଇ ସାରିଛି।

କିନ୍ତୁ ନୂଆ ଅବକାରୀ ନୀତିକୁ ପାଳନ କରି ପ୍ରାଥମିକ ଅବସ୍ଥାରେ କେବଳ ୩୦୦ରୁ ୩୫୦ ମଦ ଦୋକାନ ଖୋଲିବାର ସମ୍ଭାବନା ରହିଛି। ପ୍ରାୟ ୩୫୦ଟି ଦୋକାନକୁ ପ୍ରୋଭିଜନାଲ ଲାଇସେନ୍ସ ଦିଆଯାଇଛି। ୨୦୦ରୁ ଅଧିକ ବ୍ରାଣ୍ଡର ମଦ ପାଇଁ ୧୦ଟି ହୋଲସେଲ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ପଞ୍ଜୀକୃତ କରିଛନ୍ତି। ସେମାନେ ବିଭିନ୍ନ ବ୍ରାଣ୍ଡର ୯ ଲକ୍ଷ ଲିଟର ମଦ କିଣି ସାରିଛନ୍ତି। ଧୀରେଧୀରେ ଦିଲ୍ଲୀରେ ସମସ୍ତ ୮୫୦ ମଦ ଦୋକାନ ଖୋଲିବ। ଏହାପରେ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣଙ୍କ କହିଛନ୍ତି ଯେ ପ୍ରଥମଥର ପାଇଁ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ମଦ ଦୋକାନ ଏକକାଳୀନ ବନ୍ଦ ହେବାକୁ ଯାଉଛି। ଏହି ବ୍ୟବସାୟ ସଂପୂର୍ଣ୍ଣ ଭାବେ ଘରୋଇ ବ୍ୟବସାୟୀଙ୍କ ହାତକୁ ଚାଲିଯିବ। ଟେଣ୍ଡର ଦ୍ୱାରା ୮୫୦ ମଦ ଦୋକାନ ଘରୋଇ ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଇଛି। ବୁଧବାର ଠାରୁ ନୂଆ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବ୍ୟବସାୟୀ ମଦ ବିକ୍ରି କରିବା ଆରମ୍ଭ କରିବେ।

ସୂଚନାଯୋଗ୍ୟ, ନୂଆ ଅବକାରୀ ନୀତି ଅନୁଯାୟୀ ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ। ଗ୍ରାହକମାନେ ନିଜ ଇଚ୍ଛାରେ ବ୍ରାଣ୍ଡ ଚୟନ କରିବା ସହ ଏହାକୁ କିଣି ପାରିବେ। ପୂରା ଆର୍ଥିକ କାରବାର ଉକ୍ତ ଦୋକାନ ମଧ୍ୟରେ ହିଁ ହେବ। ଏହି ରିଟେଲ ଦୋକାନ ଗୁଡ଼ିକରେ ଏସି ଲାଗିବା ବାଧ୍ୟତାମୂଳକ। ସେହିପରି ଏଠାରେ କାଚର ଦ୍ୱାର ଲାଗିବ। ଦୋକାନ ବାହାରେ କୌଣସି ଗ୍ରାହକ ଭିଡ଼ କରିବେ ନାହିଁ।

କାଉଣ୍ଟରରୁ ହିଁ ସମସ୍ତେ ମଦ କିଣିବେ। ସବୁ ଦୋକାନର ଭିତରେ ଓ ବାହାରେ ସିସିଟିଭ ଲାଗିବ। ଏଥିରେ ଗୋଟିଏ ମାସ ଯାଏ ରେକର୍ଡିଂ ରହିବାର ସୁବିଧା ଉପଲବ୍ଧ ହେବ। ଦୋକାନ ବାହାରେ ଓ ଆଖପାଖ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ଦାୟିତ୍ୱ ଏହାର ମାଲିକଙ୍କ ହାତରେ ନ୍ୟସ୍ତ କରାଯାଇଛି।

ଦୋକାନ ବାହାରେ କିମ୍ବା ଭିତରେ କୌଣସି ହଙ୍ଗାମା ହେଲେ କିମ୍ବା ପାଖପଡ଼ୋଶୀମାନେ ସରକାରଙ୍କ ନିକଟରେ ସମସ୍ୟା ନେଇ ଅଭିଯୋଗ କଲେ, ଉକ୍ତ ମଦ ଦୋକାନର ଲାଇସେନ୍ସକୁ ବାତିଲ କରିଦିଆଯିବ। ଦିଲ୍ଲୀରେ ମୋଟ ୨୭୨ଟି ମ୍ୟୁନିପାଲ ବୋର୍ଡ ଅଛି। ପ୍ରତି ବୋର୍ଡ ଅଧୀନରେ ୩ଟି ଲେଖାଏ ମଦ ଦୋକାନ ଖୋଲିବ। ନୂଆ ଦିଲ୍ଲୀ ଓ କେଣ୍ଟ ବିଧାନସଭାରେ ମୋଟ ୨୯ଟି ଦୋକାନ ଓ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ୧୦ଟି ମଦ ଦୋକାନ ଖୋଲିବ।

ଦିଲ୍ଲୀବାସୀ ଯେ କୌଣସି ବିୟର ଉତ୍ପାଦନ ସଂସ୍ଥାରୁ ନିଜର ବୋତଲ ପୂର୍ଣ୍ଣ କରି ଘରକୁ ନେଇପାରିବେ। ସେହିପରି ଲାଇସେନ୍ସ ପ୍ରାପ୍ତ ରେଷ୍ଟୁରାଣ୍ଟ ଓ ବାର ଗୁଡ଼ିକୁ ମଧ୍ୟ ଖୋଲା ବିୟର ସଂସ୍ଥାଗୁଡ଼ିକ ସପ୍ଲାଏ କରିପାରିବେ। ରାତି ୩ଟା ଯାଏ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ଥିବା ବାର ଗୁଡ଼ିକ ଖୋଲା ରହିବ। ଏଗୁଡ଼ିକରେ ଲୋକଙ୍କୁ ମଦ ସେବା ଯୋଗାଇ ଦିଆଯିବ। ଏହି ସଂସ୍ଥାଗୁଡ଼ିକ ଖୋଲା ସ୍ଥାନ ଯଥା ଛାତ କିମ୍ବା ବାଲକୋନୀରେ ଲୋକଙ୍କୁ ମଦ ଦେଇପାରିବେ।

The post ମଦ ବ୍ୟବସାୟକୁ କାଲିଠାରୁ ଅଲିବଦା କହିବେ ସରକାର, ବନ୍ଦ ହେବ ୬୦୦ ଦୋକାନ appeared first on Odisha Reporter.



from Odisha Reporter https://ift.tt/30tPVEA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages