ଆସିଲା ନୂଆ ଗାଇଡଲାଇନ; ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ଆସିଲା ନୂଆ ଗାଇଡଲାଇନ; ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜ୍ୟର ପ୍ରାୟତଃ ସବୁ ଖୋଲି ସାରିଲାଣି। ଏପରି ସ୍ଥିତିରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ପାଇଁ ସରକାର ଅନୁମତି ଦେଇଛନ୍ତି। କୋଭିଡ୍ କଟକଣା ଭିତରେ ଏହି ଉତ୍ସବ ପାଳନ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ( ଏସ୍‌ଆରସି)  ପକ୍ଷରୁ ନୂଆ ଗାଇଡଲାଇନ୍‌ ଜାରି ହୋଇଛି । ଆଜିଠାରୁ ନୂଆ ଗାଇଡଲାଇନ୍ ଲାଗୁ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି।

ଏସଆରସିଙ୍କ ସୂଚନା ଅନୁସାରେ,  ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ ହୋଇଥାଏ। ଏଥିପାଇଁ ଅନଲାଇନ୍‌ରେ କିମ୍ବା  ଅଧିକ କାଉଣ୍ଟର କରି ଟିକେଟ୍ ବୁକିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଖୋଲା ପଡ଼ିଆରେ ଦୁଇ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିବାକୁ ଅନୁମତି ଦିଆଯାଇଛି। ଏହିସବୁ କାର୍ଯ୍ୟକ୍ରମରେ  ସମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଇଣ୍ଡୋର ହଲରେ ବସିବା କ୍ଷମତାର ୫୦%ରେ ସୀମିତ ରଖାଯାଇଛି।  ଅଧିକ ଦର୍ଶକ ମନା କରାଯାଇଛି। ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇଛି।।

ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର କଟକଣାକୁ କୋହଳ କରିଛନ୍ତି।  ରାଜ୍ୟରେ  ଧର୍ମାନୁଷ୍ଠାନ ଓ ଶିକ୍ଷାଅନୁଷ୍ଠାନ, ଜିମ୍ ଓ ସ୍ପା, ଖୋଲିଯାଇଥିବା ବେଳେ ଆଜି ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ପାଇଁ ଅନୁମତି ମିଳିଛି। କୋଭିଡ କଟକଣା ଭିତରେ ଏସବୁ ଉତ୍ସବ ପାଳନ କରିବାକୁ ସରକାର ଅନୁମତି ଦେଇଛନ୍ତି। କିଛି ଦିନ ହେବ ରାଜ୍ୟରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳେ ରହୁଛି। ଏହାସହ ମୃତ୍ୟୁ ହାର ମଧ୍ୟ କମିଛି।

The post ଆସିଲା ନୂଆ ଗାଇଡଲାଇନ; ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ଗ୍ରୀନ୍‌ ସିଗନାଲ୍ appeared first on Odisha Reporter.



from Odisha Reporter https://ift.tt/32dfdrf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages