ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶର ଗୋହି ଖୋଳିଲେ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 16, 2021

ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶର ଗୋହି ଖୋଳିଲେ ଅଭିନେତା

ମୁମ୍ବାଇ: କିଛି ଅର୍ଥ ରୋଜଗାର ଓ ନିଜର ଲୋକପ୍ରିୟତା ବଢ଼ାଇବାକୁ ଯାଇ ହିତାହିତ ଜ୍ଞାନ ଭୁଲିଗଲେ ବଲିଉଡ ଅଭିନେତା ବୀର ଦାସ। ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶକୁ ହିଁ କରିଦେଲେ ବଦ୍‌ନାମ। ଯାହାକି ତାଙ୍କୁ ଏବେ ମହଙ୍ଗା ପଡିଛି। ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା।

ଭାରତରେ ରହୁଥିବା ମହିଳା ଏବଂ ଦେଶ ବାବଦରେ ବ୍ୟଙ୍ଗ କରିବାକୁ ଯାଇ ଯେଉଁଭଳି ସେ କଟୂ କଥା କହିଛନ୍ତି ତାହା କୌଣସି ଭାରତୀୟ ଗ୍ରହଣ କରିବେ ନାହିଁ। ଏବେ ସୋଶାଲ ମିଡିଆରେ ଚାରିଆଡୁ ତାଙ୍କ ବ୍ୟଙ୍ଗକୁ ନେଇ ଚାଲିଛି ସମାଲୋଚନା। ବିବାଦ ବଢ଼ିବା ଦେଖି ସଫେଇ ଦେଇଛନ୍ତି ଅଭିନେତା ବୀର ଦାସ।

ନିକଟରେ ବୀର ଦାସ ୱାଶିଂଟନ୍‌ ଡିସିରେ ‘ଜନ୍‌ ଏଫ୍‌ କେନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟର୍ସ’ରେ ଷ୍ଟାଣ୍ଡଅପ୍‌ କମେଡି କରିଥିଲେ। ଏହି ଷ୍ଟାଣ୍ଡଅଫ୍‌ କମେଡି କରୁଥିବା ବେଳର ଭିଡିଓକୁ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଶେୟାର କରିଥିଲେ। ୬ ମିନିଟ୍‌ର ଏହି ଭିଡିଓରେ ବୀର ଲୋକଙ୍କ ସାମ୍ନାରେ ବୀର ଭାରତୀୟ ଡୁଆଲ୍‌ ଚରିତ୍ର ବିଷୟରେ ଉଲ୍ଲେଖ କରିଥିଲେ।

ଏହି ଭିଡିଓରେ ସେ ମୁଁ ସେହି ଭାରତରୁ ଆସିଛି, ଯେଉଁଠାରେ ଆମେ ଦିନରେ ମହିଳାମାନଙ୍କୁ ପୂଜା କରିଥାଉ ଏବଂ ରାତିରେ ତାଙ୍କୁ ଗଣଦୁଷ୍କର୍ମ କରିଥାଉ। ଆମେ ଶାକାହାରୀ ବୋଲି ଗର୍ବକରୁ କିନ୍ତୁ ସେହି କୃଷକମାନଙ୍କୁ ଗାଡି ତଳେ ଦଳିଦେଉ ଯେଉଁମାନେ ପରିବା ଚାଷ କରି ଆମକୁ ଯୋଗାନ୍ତି। ମୁଁ ସେହି ଭାରତରୁ ଆସିଛି ଯେଉଁଠି ଲୋକେ କେବେ କଥା କହିବା ବନ୍ଦ କରନ୍ତି ନାହିଁ ଏବଂ ମୁଁ ସେହି ଭାରତରୁ ଆସି ଯେଉଁ ଲୋକେ ମୁହଁ ଖୋଲନ୍ତି ନାହିଁ।’

ଭିଡିଓ ଆହୁରି ଏଭଳି ଭାରତୀୟଙ୍କୁ ନେଇ ଅନେକ ବିବାଦୀୟ ବୟାନ ଦେଇଛନ୍ତି ଅଭିନେତା ବୀର ଦାସ। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଜୋରଦାର ବିରୋଧ କରିଛନ୍ତି। ବୀର ଦେଶକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

ବମ୍ବେ ହାଇକୋର୍ଟର ଓକିଲ ଆଶୁତୋଷ ଜେ ଦୁବେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଯାହାର ଏକ କପି ସେ ସୋସିଆଲ ମିଡିଆ ଶେୟାର କରିଛନ୍ତି। କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ହାସ୍ୟ ଅଭିନେତା ବୀର ଦାସଙ୍କ ବିରୋଧରେ ଆମେରିକାରେ ଭାରତର ଭାବମୂର୍ତ୍ତିକୁ ଅପମାନିତ କରିବା ପାଇଁ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛି। ସେ ଜାଣିଶୁଣି ଭାରତ  ଏବଂ ଭାରତୀୟ ମହିଳା ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଉସ୍‌କାଇବା ଭଳି ଅପମାନଜନକ ବୟାନ ଦେଇଛନ୍ତି।’ ସେପଟେ ବିଜେପି କର୍ମୀ ପ୍ରିତି ଗାନ୍ଧି ମଧ୍ୟ ବୀରଙ୍କ ଏହି ବିବାଦୀୟ ବୟାନର ଭିଡିଓକୁ ନିଜ ଟ୍ୱିଟରରେ ଶେୟାର କରିବା ସହ ତାଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି।

ଅନ୍ୟପଟେ ଚାରିଆଡୁ ବିରୋଧ ହେବା ପରେ ସୋଶୋଲ ମିଡିଆରେ ବୀର ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି। ତାଙ୍କର ଉଦ୍ଦେଶ୍ୟ ଦେଶକୁ ଅପମାନିତ କରିବା ନୁହେଁ, କିନ୍ତୁ ମୋର ଉଦ୍ଦେଶ୍ୟ  ଥିଲା ଯେ, ଏ ସବୁ ପ୍ରସଙ୍ଗ ପରେ ମଧ୍ୟ ଆମ ଦେଶ ମହାନ ଅଟେ ବୋଲି ଲୋକଙ୍କୁ ସ୍ମରଣ କରାଇବା ବୋଲି କହିଛନ୍ତି ଅଭିନେତା ବୀର ଦାସ।

The post ବିଦେଶରେ ଲୋକଙ୍କୁ ହସାଇବାକୁ ଯାଇ ନିଜ ଦେଶର ଗୋହି ଖୋଳିଲେ ଅଭିନେତା appeared first on Odisha Reporter.



from Odisha Reporter https://ift.tt/3FnmB1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages