ଔରଙ୍ଗାବାଦ: ମାନବିକତା ଦେଖାଇଲେ ମନ୍ତ୍ରୀ, ମଝି ଆକାଶରେ ବଞ୍ଚାଇ ଦେଲେ ଜୀବନ। କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡ ଦେଖାଇଲେ ମହାନତା। ଅସୁସ୍ଥ ନିଜ ସହ ଯାତ୍ରୀଙ୍କ ରକ୍ଷା କରିଦେଲେ ଜୀବନ।
ସୂଚନା ଥାଉକି, ଇଣ୍ଡିଗୋର ଦିଲ୍ଲୀ-ମୁମ୍ବାଇ ବିମାନ ଉଡ଼ାଣ ସମୟରେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଏହାଦେଖି ତାଙ୍କ ପାଖକୁ ଆସିଥିଲେ ଶିଶୁରୋଗ ବିଶେଷଜ୍ଞ ମନ୍ତ୍ରୀ କରାଡ। ଏହାପରେ ସେ ଉକ୍ତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ।
କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ କରାଡଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ରକ୍ତଚାପ ହେତୁ ଉକ୍ତ ଯାତ୍ରୀଙ୍କ ମୁଣ୍ଡ ବୁଲାଉଥିଲା। ଏହା ପରେ କରାଡ ଯାତ୍ରୀଙ୍କ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରିଥିଲେ । ବିବୃତ୍ତି ଅନୁଯାୟୀ ଡଃ କରାଡ ନିଜ ସିଟ୍ରୁ ତଳେ ଖସିପଡିଥିବା ଯାତ୍ରୀଙ୍କୁ ସାହାଯ୍ୟ କରିଥିଲେ।
Our heartfelt gratitude and sincere appreciation towards MoS for ministering to his duties non-stop! @DrBhagwatKarad your voluntary support for helping out a fellow passenger is ever so inspiring. https://t.co/I0tWjNqJXi
— IndiGo (@IndiGo6E) November 16, 2021
ସେପଟେ ବିମାନ ଚଳାଚଳ ସମୟରେ ଅସୁସ୍ଥ ହୋଇପଡିଥିବା ସହ-ଯାତ୍ରୀଙ୍କୁ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ଭାଗବତ କରାଡଙ୍କୁ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି,’ମୋର ସହକର୍ମୀଙ୍କ ଦ୍ୱାରା କରାଯାଇଥିବା ଏହା ଅତ୍ୟନ୍ତ ଚମତ୍କାର କାର୍ଯ୍ୟ ।’ ମଙ୍ଗଳବାର ବିମାନ ଉଡ଼ାଣ ସମୟରେ ଅସୁସ୍ଥ ହୋଇପଡିଥିବା ଯାତ୍ରୀଙ୍କୁ କରାଡେ ସାହାଯ୍ୟ କରିଥିବାରୁ ତାଙ୍କୁ ଧନ୍ୟବାଦ ।’
A doctor at heart, always!
Great gesture by my colleague @DrBhagwatKarad. https://t.co/VJIr5WajMH
— Narendra Modi (@narendramodi) November 16, 2021
The post ମଝି ଆକାଶରେ ଜୀବନ ବଞ୍ଚାଇ ଦେଲେ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3cqT8Hr
No comments:
Post a Comment