ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ। ମମିତା ମେହେର ଘଟଣାକୁ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ନା ନାହିଁ ତାହାକୁ ନେଇ ସନ୍ଦେହ ଦେଖାଦେଇଛି। ପୂର୍ବରୁ ଶ୍ୟାଡୋ କରପସନରେ ଟିକେ ଅଭିଯୋଗ ଆସିବା ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ। ହେଲେ ଏବେ ମମିତା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅନେକ ଅଭିଯୋଗ ଆସିବା ପରେ ମଧ୍ୟ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ଜୁଏଲ୍ ଓରାମ ଅଭିଯୋଗ ଆଣିଛନ୍ତି।
ଜୁଏଲ୍ ଓରାମ କହିଛନ୍ତି, ଏଭଳି ଏକ ଗମ୍ଭୀର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ନିଦାବିଷ୍ଣୁ ସାଜିଛନ୍ତି। ଲୋକେ ମଧ୍ୟ ଏହା ଦେଖୁଛନ୍ତି। ଆଉ ଏହାର ପରିଣାମ ମଧ୍ୟ ତାଙ୍କୁ ଆଗାମୀ ଦିନରେ ଭୋଗିବାକୁ ପଡ଼ିବ। କିନ୍ତୁ ଏହା ବିରୋଧରେ ଲଢ଼େଇ କରୁଛୁ। ବିଜେପି ଅନ୍ତିମ ସମୟ ପର୍ଯ୍ୟନ୍ତ ଲଢେଇ କରିବ। ମନ୍ତ୍ରୀଙ୍କୁ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ବିଜେପି ଲଢେଇ କରିବ।
ଜୁଏଲ୍ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ପୁଲିସର ଅତ୍ୟାଚାର ବଢ଼ୁଛି। ଆମେ ଆନ୍ଦୋଳନ କରୁଛୁ। ପୁଲିସ୍ ବିଭିନ୍ନ ଜରିଆରେ ଆମକୁ ହଇରାଣ କରୁଛି। କିନ୍ତୁ ଆମେ ଏସବୁକୁ ନେଇ ଆଦୌ ଭୟଭୀତ ନୁହେଁ ବୋଲି ଶ୍ରୀ ଓରାମ୍ କହିଛନ୍ତି।
ଜୁଏଲ ଆହୁରି କହିଛନ୍ତି, ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ମମିତା ପରିବାର ଉପରେ ଚାପ ପକାଯାଉଛି। ପୂର୍ବରୁ ମମିତାଙ୍କ ପରିବାର ଲୋକେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ବୟାନ ଦେଉଥିଲେ ହେଲେ ଏବେ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ପରିବାର ଉପରେ ଚାପ ପକାଯାଉଥିବାରୁ ସେମାନେ ଏବେ ଭିଡିଓରେ ଏଭଳି କହୁଛନ୍ତି। ପୂର୍ବରୁ ତାଙ୍କ ପରିବାର ଲୋକ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରୁଥିଲେ। ମନ୍ତ୍ରୀଙ୍କ ପିଏ, ଡ୍ରାଇଭର ସମ୍ପୃକ୍ତ ଅଛନ୍ତି। ତେବେ ମନ୍ତ୍ରୀ କେମିତି ସମ୍ପୃକ୍ତ ନାହାନ୍ତି ବୋଲି ଜୁଏଲ୍ ପ୍ରଶ୍ନ କରିଛନ୍ତି।
The post ‘ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜିଛନ୍ତି, ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ’ appeared first on Odisha Reporter.
from Odisha Reporter https://ift.tt/3EQRvit
No comments:
Post a Comment