ଚେନ୍ନାଇ: ଚେନ୍ନାଇବାସୀଙ୍କୁ ବେହାଲ କରିଛି ବର୍ଷା। ୨୦୧୫ଠାରୁ ଚେନ୍ନାଇରେ ସର୍ବାଧିକ ପରିମାଣରେ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଆଜି ଅଭିନେତା କମଲ ହାସନ ତାଙ୍କର ୬୭ତମ ଜନ୍ମଦିନ ପାଳନ କରୁଥିବା ବେଳେ ବର୍ଷା କ୍ଷତିଗ୍ରସ୍ତଙ୍କୁ ସାହାଜ୍ୟ ପାଇଁ ତାଙ୍କ ଫ୍ୟାନ୍ ମାନଙ୍କୁ ଅନୁରୋଧ କରିଛନ୍ତି। କମଲ ହାସନଙ୍କ ଜନ୍ମଦିନରେ ସୋଶାଲ ମିଡିଆରେ ତାଙ୍କ ପ୍ରତି ଶୁଭେଚ୍ଛା ସୁଅ ଛୁଟୁଛି। ଏହି ଅବସରରେ ସେ ସମସ୍ତଙ୍କୁ ବର୍ଷା ପ୍ରଭାବିତଙ୍କ ପାଇଁ ସହାୟତା ମାଗିଛନ୍ତି। ଚେନ୍ନାଇରେ ଶନିବାର ଠାରୁ ବର୍ଷା ଜାରି ରହିଛି। ଭୀଷଣ ବର୍ଷାରେ ରାଜଧାନୀ ବେହାଲ ହୋଇପଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି।
ଏଣୁ ଯାତାୟାତ ପ୍ରଭାବିତ ହୋଇଛି। ଗତ କିଛି ଦିନ ହେଲା ତାମିଲନାଡୁରେ ବର୍ଷା ଲାଗି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ଥିବା ବେଳେ ଘୂର୍ଣ୍ଣିବଳୟ ଯୋଗୁ ପୁଣି ବର୍ଷା ଆରମ୍ଭ ହୋଇଥିବା ଆଇଏମଡି କହିଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ତାମିଲନାଡୁ ସମେତ ଆନ୍ଧ୍ରପ୍ରଦେଶରେ ୯ରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ଚେନ୍ନାଇର ଚେମ୍ବରମବକ୍କମ ଓ ପୂଝୋଲ ଜଳାଶୟ ପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି ।
The post ପ୍ରଶଂସକଙ୍କୁ ସାହାଯ୍ୟ ମାଗିଲେ କମଲ ହାସନ: ହେଲେ କାହିଁକି ? appeared first on Odisha Reporter.
from Odisha Reporter https://ift.tt/3EQRwTz
No comments:
Post a Comment