ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ତୁଳନାରେ ଦ୍ୱିତୀୟ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ଏବେ ଅଧିକ ରହିଛି। ପ୍ରଥମଥର ପାଇଁ ଦେଶରେ ଏପରି ଘଟଣା ଘଟିଥିବାରୁ ସରକାରୀ ସ୍ତରରେ ମଧ୍ୟ ଟିକାକରଣକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଫଳରେ ଚଳିତ ବର୍ଷ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସବୁ ପ୍ରାପ୍ତ ବୟସ୍କଙ୍କୁ ଅତି କମରେ ଟିକାର ଗୋଟିଏ ଡୋଜ୍ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ନଭେମ୍ବର ପ୍ରଥମ ସପ୍ତାହରେ ଟିକାକରଣ ପାଇଁ ‘ହର ଘର ଦସ୍ତକ’ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ସରକାରୀ ସ୍ତରରେ ଧାର୍ଯ୍ୟ ହୋଇଥିବା ଟାର୍ଗେଟ ପୂରଣ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୪ କୋଟିରୁ ଅଧିକ ଡୋଜ୍ର ଟିକାକରଣ ହେଲାଣି। ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ୩୭.୪ କୋଟି ଥିବା ବେଳେ ଦ୍ୱିତୀୟ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ୩୮.୪ କୋଟି ରହିଛି।
ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି, ବର୍ତ୍ତମାନ ଅଧିକାଂଶ ପ୍ରାୟ ବୟସ୍କ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଦ୍ୱିତୀୟ ଡୋଜ୍ ଟିକାକରଣ ହାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷ କରି ହର ଘର ଦସ୍ତକ କାର୍ଯ୍ୟକ୍ରମ ଯୋଗୁ ଏପରି ହୋଇପାରିଛି। ଆଗକୁ ମଧ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବେ ବୋଲି ସେ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୮୦% ପ୍ରାପ୍ତ ବୟସ୍କ ଅତିକମରେ ଟିକାର ଗୋଟିଏ ଡୋଜ୍ ନେଇସାରିଲେଣି। ସେହିପରି ୪୦% ଲୋକ ଡବଲ ଡୋଜ୍ ନେଇଛନ୍ତି। ତେଣୁ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସବୁ ପ୍ରାପ୍ତ ବୟସ୍କଙ୍କୁ ଅତି କମରେ ଟିକାର ଗୋଟିଏ ଡୋଜ୍ ଦିଆଯାଇ ପାରିବ ବୋଲି ସରକାର ଆଶାବାଦୀ ରହିଛନ୍ତି। ସେହିପରି ଦ୍ୱିତୀୟ ଡୋଜ୍ ନେଇ ନଥିବା ଲୋକଙ୍କୁ ମଧ୍ୟ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ କେରଳରେ ସର୍ବାଧିକ ୯୫.୬% ଲୋକ ଅତିକମରେ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି।
The post ଏବେ ଅଧିକ ଲୋକ ନେଲେଣି ଟିକାର ଦ୍ୱିତୀୟ ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3oCZERo
No comments:
Post a Comment