ଗେହଲଟଙ୍କ ନୂଆ ଟିମ୍‌କୁ ନେଇ ଖୁସିରେ ଗଦଗଦ ପାଇଲଟ, କହିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଗେହଲଟଙ୍କ ନୂଆ ଟିମ୍‌କୁ ନେଇ ଖୁସିରେ ଗଦଗଦ ପାଇଲଟ, କହିଲେ…

ଜୟପୁର: ରାଜସ୍ଥାନ କଂଗ୍ରେସରେ ଦୀର୍ଘ ଦିନର କନ୍ଦଳ ପରେ ଆଜି ରାଜ୍ୟକୁ ମିଳିବ ନୂଆ ମନ୍ତ୍ରୀମଣ୍ଡଳ। ଏହାକୁ ନେଇ ଖୁବ୍‌ ଖୁସି ଜାହିର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ଏନେଇ ଏକ ପ୍ରେସ କନଫରେନ୍ସରେ ସଚିନ କହିଛନ୍ତି, ରାଜସ୍ଥାନର ନୂଆ ମନ୍ତ୍ରୀମଣ୍ଡଳରେ ଉତ୍ତରପ୍ରଦେଶର ଛାପ ଦେଖିବାକୁ ମିଳିବ। ୟୁପି ନିର୍ବାଚନରେ ମହିଳାଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଥିବା ବେଳେ ରାଜସ୍ଥାନ କ୍ୟାବିନେଟରେ ତାହାର ପ୍ରତିଫଳନ ଦେଖାଯାଇଛି। ପୂର୍ବରୁ ଏହି ମନ୍ତ୍ରୀମଣ୍ଡଳରେ ଜଣେ ମହିଳା ମନ୍ତ୍ରୀ ଥିବା ବେଳେ ଏବେ ୩ ଜଣଙ୍କୁ ସ୍ଥାନ ମିଳିଛି।

ଏହାବାଦ ସେ କହିଛନ୍ତି, ମନ୍ତ୍ରୀମଣ୍ଡଳର ନୂଆ ତାଲିକା ଖୁବ୍‌ ଭଲ ସଙ୍କେତ ଦେଉଛି। ପୂର୍ବ ସୂଚୀରେ କିଛି ଦୋଷ ଦୁର୍ବଳତା ଥିବା ବେଳେ ଏବେ ତାହାକୁ ସଂଶୋଧନ କରି ନିଆଯାଇଛି। ଏଥିନିମନ୍ତେ,  ସୋନିଆ ଗାନ୍ଧୀ, ଅଶୋକ ଗେହଲଟ ଓ ଅଜୟ ମାକେନଙ୍କୁ ଧନ୍ୟବାଦ ଜଣାଉଛି ।

ଶପଥ ନେବାକୁ ଥିବା ୧୧ ବିଧାୟକଙ୍କ ମଧ୍ୟରୁ ୫ ଗେହଲଟ ଶିବିରରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କ୍ୟାବିନେଟ ରାଙ୍କ ଓ ଅନ୍ୟ ୨ ଜଣଙ୍କୁ ରାଜ୍ୟ ମନ୍ତ୍ରୀ ପଦ ଦିଆଯାଇଛି। ୩ ରାଜ୍ୟ ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇଛି । କଂଗ୍ରେସର ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଥିବା ବେଳେ ପାଇଲଟଙ୍କ ଦାବିକୁ ଅଗ୍ରାଧିକାର ଦିଆଯାଇଛି। ଏପରିକି ଅସନ୍ତୁଷ୍ଟଙ୍କ ମଧ୍ୟରୁ କାହାକୁ ସଂସଦୀୟ ସଚିବ ତ କାହାକୁ ଉପଦେଷ୍ଟା ପଦ ମିଳିଛି।

ସାମ୍ବାଦିକ ସମ୍ମିଳନୀରେ ପାଇଲଟ କହିଛନ୍ତି, ଆମେ କେବଳ ଗୋଟିଏ ଦାବି ରଖିଥିଲୁ, ଯିଏ କଂଗ୍ରେସର ତୃଣମୂଳ ସ୍ତରର କର୍ମୀ, ସେମାନଙ୍କୁ ଉପଯୁକ୍ତ ପ୍ରତିନିଧୀତ୍ୱ ମିଳୁ। ବିଭିନ୍ନ ବର୍ଗର ନେତୃବର୍ଗଙ୍କ ସହ ବିସ୍ତୃତ ଆଲୋଚନା ଓ ବ୍ୟାପକ ଦୃଷ୍ଟିକୋଣକୁ ଆଧାର କରି ନୂଆ ମନ୍ତ୍ରୀମଣ୍ଡକୁ ରୂପରେଖ ଦିଆଯାଇଛି। ଦଳିତ ସମାଜରୁ ୪ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ସେହିପରି ଆଦିବାସୀ ସମ୍ପ୍ରଦାୟଙ୍କୁ ମଧ୍ୟ ଭଲ ପ୍ରତିନିଧୀତ୍ୱ ମିଳିଛି। ଯିଏ ଆମ ଉପରେ ଭରସା କରି ଆମ ସହ ରହି ଆସିଛନ୍ତି, ତାଙ୍କୁ ଉପଯୁକ୍ତ ସ୍ଥାନ ଦିଆଯିବାକୁ ପ୍ରୟାସ କରାଯାଇଛି। ରାଜ୍ୟରେ ଥିବା ବିଭିନ୍ନ ବୋର୍ଡ, ନିଗମ, ଆୟୋଗରେ ଏହି କଂଗ୍ରେସ କର୍ମୀଙ୍କୁ ଥଇଥାନ କରିବାକୁ ବ୍ୟବସ୍ଥା କରାଯାଇଛି।

ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କୁ ଉପଯୁକ୍ତ ସ୍ଥାନ ମିଳୁ ବୋଲି ଦାବି ଜଣାଇଥିଲୁ, ଯାହାକି ପୂରଣ ହୋଇଛି ବୋଲି କହିଛନ୍ତି ପାଇଲଟ । ଏଥିସହ ସେ କହିଛନ୍ତି, ସମସ୍ତଙ୍କ ମଞ୍ଜୁରୀ ମିଳିବା ପରେ ନୂଆ ମନ୍ତ୍ରୀମଣ୍ଡଳର ଚୂଡ଼ାନ୍ତ ରୂପ ଫାଇନାଲ୍‌ ହୋଇଛି। ଦିଲ୍ଲୀ ଓ ରାଜସ୍ଥାନର ନେତାମାନେ ମିଳିତ ଭାବେ ନୂଆ ମନ୍ତ୍ରୀମଣ୍ଡଳକୁ ରୂପରେଖ ଦେଇଛନ୍ତି ।

ସୋନିଅ ଗାନ୍ଧୀ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ପାଇଲଟ ବିସ୍ତୁତ ଭାବେ ଆଲୋଚନା, ପର୍ଯ୍ୟାଲୋଚନା କରିବା ପରେ ରାଜସ୍ତାନର ନୂଆ କ୍ୟାବିନେଟକୁ   ଫାଇନାଲ କରାଯାଇଛି।  ଗେହଲଟ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ହେଲେ ପାଇଲଟଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ଶିର୍ଷ ପଦ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି।   କଂଗ୍ରେସରେ ତାଙ୍କୁ ଯାହା ବି ଦାୟିତ୍ୱ ମିଳିବ, ଖୁସିରେ ଖୁସିରେ ସେହି କାମ କରିବେ ବୋଲି କହିଛନ୍ତି ପାଇଲଟ।

ଏନେଇ ପାଇଲଟ କହିଛନ୍ତି, କଂଗ୍ରେସରେ କୌଣସି ଶିବିର ନାହିଁ। ସମସ୍ତେ କଂଗ୍ରେସର । ୨୦୧୮ ନିର୍ବାଚନ ଆମେ ସବୁ ସାଙ୍ଗ ହୋଇ ଲଢ଼ିଥିଲୁ ଓ ସାଙ୍ଗ ହୋଇ ସରକାର ଗଢ଼ିଥିଲୁ। ସେ କହିଛନ୍ତି ଯେ ସାମୂହିକ ନେତୃତ୍ୱ ଆଧାରରେ କଂଗ୍ରେସରେ ନିର୍ବାଚନ ସର୍ବଦା ହୋଇଥାଏ।  ଆମର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟରେ ଆଉ ଥରେ କଂଗ୍ରେସ ଶାସନକୁ ଫେରିବା।

The post ଗେହଲଟଙ୍କ ନୂଆ ଟିମ୍‌କୁ ନେଇ ଖୁସିରେ ଗଦଗଦ ପାଇଲଟ, କହିଲେ… appeared first on Odisha Reporter.



from Odisha Reporter https://ift.tt/3nyF19A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages