ଆର୍ଯ୍ୟନଙ୍କୁ ଅପହରଣ କରାଯାଇଥିଲା, ମାଷ୍ଟରମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ: ନବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

ଆର୍ଯ୍ୟନଙ୍କୁ ଅପହରଣ କରାଯାଇଥିଲା, ମାଷ୍ଟରମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ: ନବାବ

ମୁମ୍ବାଇ: ‘ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କୁ ଅପହରଣ କରାଯାଇଥିଲା। ବଟି ଆଦାୟ କରିବା ପାଇଁ ତାଙ୍କୁ ଅପହରଣ କରାଯାଇଥିଲା। ଆଉ ଏହାର ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ।’ ଆଜି ପୁଣି ଥରେ ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କ୍ରୁଜ୍ ପାର୍ଟି ପାଇଁ ଆର୍ଯ୍ୟନ ଖାଁ ଟିକେଟ୍ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ନେଇ ଯାଇଥିଲେ। ଏହା ଏକ ଅପହରଣ ଓ ବଟି ଆଦାୟ କରିବା ମାମଲା। ମୋହିତ କମ୍ବୋଜ ହେଉଛନ୍ତି ଏହାର ମାଷ୍ଟର ମାଇଣ୍ଡ। ବଟି ଆଦାୟ କରିବାରେ ସେ ହେଉଛନ୍ତି ସମୀର ୱାଙ୍ଖେଡେଙ୍କ ପାର୍ଟନର।

ମୋହିତ ଓ ସମୀର ଖୁବ୍ ଘନିଷ୍ଠ। ଅକ୍ଟୋବର ୭ ତାରିଖ ରାତିରେ ଏକ ଶ୍ମଶାନ ନିକଟରେ ସେମାନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ତେବେ ଏକଥା ଜଣାପଡ଼ିବା ପରେ ସମୀର ଭୟଭୀତ ହୋଇଯାଇଥିଲେ ଓ ପୁଲିସ୍ ତାଙ୍କ ପଛରେ ପଡ଼ିଯାଇଛି ବୋଲି ଅଭିଯୋଗ କରିଥିଲେ। ସେମାନଙ୍କ ଭାଗ୍ୟ ଭଲ ସେ ପାଖରେ ଥିବା ଏକ ସିସିଟିଭି ଖରାପ ହୋଇଯାଇଥିଲା। ନହେଲେ ଆହୁରି ତଥ୍ୟ ସାମ୍ନାକୁ ଆସିଥା’ନ୍ତା।

ନବାବ କହିଛନ୍ତି, ଏହି ମାମଲାରେ ପ୍ରଥମ ଦିନରୁ ଶାହରୁଖ ଖାଁଙ୍କୁ ଧମକ ଦିଆଯାଉଥିଲା। ତାଙ୍କୁ ଚୁପ୍ ରହିବାକୁ କୁହାଯାଇଥିଲା। ମୁଁ ଅନୁରୋଧ କରୁଛି ସେ (ଶାହରୁଖ) ସାମ୍ନାକୁ ଆସନ୍ତୁ ଓ ସବୁ କଥା କୁହନ୍ତୁ। ଅପହୃତ ହୋଇଥିବା ପୁଅକୁ ଉଦ୍ଧାର କରିବାକୁ ଟଙ୍କା ଦେବା ଅପରାଧ ନୁହେଁ।

ସେ କହିଛନ୍ତି, କ୍ରୁଜ୍‌ ପାର୍ଟିରୁ ରିଷଭ ସଚଦେବ, ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ବି ଧରାପଡ଼ିଥିଲେ। ସେମାନଙ୍କୁ ଏନ୍‌ସିବି ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ରିଷଭ ସଚଦେବ ହେଉଛନ୍ତି ବିଜେପି ନେତା ମୋହିତ କମ୍ବୋଜଙ୍କ ଶାଳକ।

ସୂଚନାଯୋଗ୍ୟ, ସମୀର ୱେଙ୍ଖେଡେଙ୍କ ବାପା ଧ୍ୟାନଦେବ ୱାଙ୍ଖେଡେ ଏନ୍‌ସିପି ନେତା ତଥା ମନ୍ତ୍ରୀ ନବାବ ମଲିକଙ୍କ ନାଁରେ ୧.୨୫ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ନବାବ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ପୁଅ ସମୀର ଓ ତାଙ୍କ ପରିବାର ବିରୋଧରେ ବିଭିନ୍ନ ପ୍ରକାର ମିଛ ଅଭିଯୋଗ ଆଣୁଥିବାରୁ ସେମାନଙ୍କର ସମ୍ମାନହାନି ହେଉଛି ବୋଲି ଧ୍ୟାନଦେବ କହିଛନ୍ତି।

The post ଆର୍ଯ୍ୟନଙ୍କୁ ଅପହରଣ କରାଯାଇଥିଲା, ମାଷ୍ଟରମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ: ନବାବ appeared first on Odisha Reporter.



from Odisha Reporter https://ift.tt/3CT0gbx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages