ଆରମ୍ଭ ହେଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

ଆରମ୍ଭ ହେଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଏନଡିଏମସି କନଭେନସନ ସେଣ୍ଟରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜନାଥ ସିଂହ, ନୀତିନ ଗଡ଼କରିଙ୍କ ସମେତ ବହୁ ନେତା ଯୋଗଦେଇଛନ୍ତି ।

ହାଇବ୍ରିଡ୍ ଫର୍ମାଟରେ ହେଉଥିବା କାର୍ଯ୍ୟକାରିଣୀରେ ବିଭିନ୍ନ ରାଜ୍ୟରୁ ଦଳୀୟ ନେତା ଭିଡିଓ କନଫରେନ୍ସିଂରେ ସାମିଲ ହୋଇଛନ୍ତି । ଆଜିର କାର୍ଯ୍ୟକାରିଣୀରେ ବିଜେପି ଶାସିତ ୪ ରାଜ୍ୟ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ । ବିଜେପି ଦଖଲରେ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ କଂଗ୍ରେସ ଦ୍ୱାରା ଶାସିତ ପଞ୍ଜାବରେ ଆସନ୍ତା ଫେବୃଆରୀ ଓ ମାର୍ଚ୍ଚରେ ନିର୍ବାଚନ ହେବ । ବର୍ଷ ଶେଷ ଭାଗରେ ବିଜେପି ଶାସିତ ଗୁଜୁରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ହେବ ।

ଆଜିର କାର୍ଯ୍ୟକାରିଣୀରେ ଏନେଇ ଆଲୋଚନା ହେବା ସହ ରଣନୀତି ପ୍ରସ୍ତୁତ ହେବାର ଅଛି । ସେହିପରି ସାଂଗଠନିକ ସ୍ଥିତି ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଅଛି । ତେବେ କୋଭିଡ୍ ପରିଚାଳନାରେ କେନ୍ଦ୍ର ସରକାରଙ୍କ ସଫଳତାକୁ ଆଗାମୀ ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ କାର୍ଯ୍ୟକାରିଣୀରେ ଆଲୋଚନା ହୋଇପାରେ ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମ୍ବୋଧନ ସହ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ସହ କାର୍ଯ୍ୟକାରିଣୀ ବୈଠକ ଶେଷ ହେବ ।

କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ଏହି ବୈଠକ ଅନୁଷ୍ଠିତ ହେଉଥିବା ବେଳେ ବହୁ ନେତା ଭର୍ଚୁଆଲି ମିଟିଂରେ ଉପସ୍ଥିତ ଅଛନ୍ତି। ଏପରିକି ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ  ଓ ମୁରଲି ମନୋହର ଯୋଶୀଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭର୍ଚୁଆଲ ବୈଠକରେ ସାମିଲ ହୋଇଛନ୍ତି।

The post ଆରମ୍ଭ ହେଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ appeared first on Odisha Reporter.



from Odisha Reporter https://ift.tt/2ZXQOVI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages