‘ଶାହରୁଖଙ୍କୁ ମାନୁନି ଲଭର ବୟ ଇମେଜ, କିଛି ହଟକେ ଦରକାର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 7, 2021

‘ଶାହରୁଖଙ୍କୁ ମାନୁନି ଲଭର ବୟ ଇମେଜ, କିଛି ହଟକେ ଦରକାର’

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ନାଁରେ ଫିଲ୍ମ ଚାଲେ। ତାଙ୍କ ଲଭର ବୟ ଇମେଜ ପାଇଁ ଏବେ ବି ବହୁ ଯୁବତୀ ପାଗଳ। ହେଲେ ସମୟ ବଦଳିବା ସହ ଶାହରୁଖ ନିଜ କମଫର୍ଟ ଜୋନ୍‌ରୁ ବାହାରିବା ଦରକାର। ସେ କିଛି ହଟକେ କରିବା ଦରକାର। ଯାହା ଏବେ ରଣବୀର କପୁର, ରଣବୀର ସିଂ କରୁଛନ୍ତି, ତାକୁ କିଙ୍ଗ ଖାନ୍‌  କରୁଥିବାରୁ ତାଙ୍କ କ୍ରେଜ କମିବାରେ ଲାଗିଛି। ଏପରି କିଛି କହି ବଲିଉଡର ରୋମାନ୍ସ କିଙ୍ଗଙ୍କୁ ପାଠ ପଢ଼ାଇଛନ୍ତି ବଲିଉଡ ତଥା ମରାଠି ସିନେମାର ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜରେକର ।

ମହେଶଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ୍‌’ ଖୁବ୍‌ ଶୀଘ୍ର ବଡ଼ପରଦାରେ ରିଲିଜ ହେବ । ଏହି ଫିଲ୍ମରେ ଲିଡ୍‌ ରୋଲରେ ଦବଙ୍ଗ ଖାନ ସଲମାନ ଓ ତାଙ୍କ ଭିଣୋଇ ଆୟୂଷ ଶର୍ମା ନଜର ଆସିବେ। ଏହି ଫିଲ୍ମର ପ୍ରମୋସନ ବେଳେ  ଗଣମାଧ୍ୟମ ପ୍ରତିନିଧୀଙ୍କ ଉତ୍ତର ଦେବାକୁ ଯାଇ ମହେଶ ମଞ୍ଜରେକର କହିଛନ୍ତି, ଶାହରୁଖ ନିଜ ଟାଲେଣ୍ଟ ସହ ନ୍ୟାୟ କରିପାରୁ ନାହାନ୍ତି। ସେ ନିଜ କମଫର୍ଟ ଜୋନ୍‌ରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ  ଆରାମଦାୟକ ସେଲ୍‌ ଭିତରେ ରହିବାକୁ ଚାହୁଁଛନ୍ତି।

ଏଥିସହ ସେ କହିଛନ୍ତି, ଆଜିର ଯୁବପିଢି ଶାହରୁଖଙ୍କୁ ଏପରି ରୋଲରେ ଦେଖିବାକୁ ଚାହୁଁଛନ୍ତି, ଯାହାକୁ ଦେଖି ସେମାନେ କହିପାରିବେ ହଁ ଏହି ରୋଲ କେବଳ ଶାହରୁଖଙ୍କ ପାଇଁ ଥିଲା। ହେଲେ ଶାହରୁଖ ଏବେ ଏପରି ରୋଲ କରୁଛନ୍ତି, ଯାହା ରଣବୀର ସିଂ କିମ୍ବା ରଣବୀର କପୁରଙ୍କ ପାଇଁ ଫିଟ୍‌। ଏପରି ହେଲେ ଲୋକେ ଶାହରୁଖଙ୍କ ଫିଲ୍ମ ଦେଖିବାକୁ କାହିଁକି ସିନେମା ଘରକୁ ଯିବେ।

ଏଥିସହ ସେ କହିଛନ୍ତି, ଶାହରୁଖ ଜଣେ ଖୁବ୍‌ ଚମତ୍କାର ଆକ୍ଟର। ତାଙ୍କୁ ଆଉଟ ଅଫ୍‌ ଦି ବକ୍ସ କିଛି କରିବା ଉଚିତ। ଯାହାକୁ ଦେଖି ଫ୍ୟାନ୍ସଙ୍କ ପାଟିରୁ ଆପେ ଆପେ ବାହାରିବ ହଁ ଏହା ଶାହରୁଖଙ୍କ ରୋଲ।

The post ‘ଶାହରୁଖଙ୍କୁ ମାନୁନି ଲଭର ବୟ ଇମେଜ, କିଛି ହଟକେ ଦରକାର’ appeared first on Odisha Reporter.



from Odisha Reporter https://ift.tt/3o2Fj7O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages