ବରଗଡ଼(ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅତିରିକ୍ତ ଡିଏସ୍ଡବ୍ଲ୍ୟୁଓ ଚନ୍ଦ୍ରା ସାହୁଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ଚନ୍ଦ୍ରାଙ୍କ ବରଗଡର ସରକାରୀ ଅଫିସ୍ ଓ ବରପାଲି ବାସଭବନରେ ଏକକାଳୀନ ଚଢଉ କରାଯାଇଛି। ଚଢ଼ାଉ ସମୟରେ ଚନ୍ଦ୍ରାଙ୍କର ବରଗଡରେ ଦୁଇଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ବାଇକ ଓ ୩ଲକ୍ଷ ୫୪ ହଜାର ୪୨୦ଟଙ୍କା ଠାବ କରାଯାଇଛି।
ଜଣେ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଦୁଇଟି ଟିମରେ ଭାଗ ହୋଇ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି। ସମ୍ବଲପୁର ଓ ବରଗଡ଼ର ଭିଜିଲାନ୍ସ ବିଭାଗ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି। ବରପାଲିରେ ଚନ୍ଦ୍ରାଙ୍କ ଦୁଇମହଲା ଘର ରହିଛି।
ସୂଚନାଯୋଗ୍ୟ, ଚନ୍ଦ୍ରା ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରିବା ପରେ ତାଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।
The post ଭିଜିଲାନ୍ସ ଜାଲରେ ବରଗଡ଼ ଅତିରିକ୍ତ ଡିଏସ୍ଡବ୍ଲ୍ୟୁଓ appeared first on Odisha Reporter.
from Odisha Reporter https://ift.tt/3nF5Toq
No comments:
Post a Comment