ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ

ବିନିକା(ଦିଲୀପ ସାହୁ): ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ ଟଙ୍କା ।  ଲୁଟର ଶିକାର ହୋଇଛନ୍ତି ବ୍ୟବସାୟୀ ସୁରେଶ ଠାକୁର ଓ ତାଙ୍କ ଡ୍ରାଇଭର ଜୟପାଳ ମହାନନ୍ଦ । ଏପରି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ବିଶାଲପାଲି ଛକରେ।

ସୁରେଶ ଓ ତାଙ୍କ ଡ୍ରାଇଭର ଏକ ଗାଡ଼ିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ବିଭିନ୍ନ ଦୋକାନରେ ଫ୍ୟାନ୍ସି ସାମଗ୍ରୀ ଦେଇ ଟଙ୍କା ଧରି ବରଗଡ଼ ଫେରୁଥିଲେ । ରାତିରେ ବରପାଲି-ବିନିକା ରାସ୍ତାର ବିଶାଲପାଲି ଛକ ନିକଟରେ ତାଙ୍କୁ ଅଟକାଇଥିଲେ ୬ ଜଣ ଦୁର୍ବୃତ୍ତ । ସୁରେଶ ଓ ତାଙ୍କ ଡ୍ରାଇଭରଙ୍କୁ ପ୍ରବଳ ମାଡ଼ ମାରିବା ସହିତ ବ୍ଲେଡରେ ଦେହ, ହାତ, ଗୋଡ଼ କାଟି ଦେଇଥିଲେ ।

ଖଣ୍ଡା ଓ ଭୁଜାଲି ଦେଖାଇ ଧମକାଇଥିଲେ ଏବଂ ସବୁ ଟଙ୍କା ପଇସା ତଥା ମୋବାଇଲ ଛଡ଼ାଇ ନେଇ ଫେରାର ମାରିଥିଲେ । ଏ ସଂପର୍କରେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସୁରେଶ  । ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରିନି।

The post ବ୍ଲେଡରେ ହାତ, ଗୋଡ଼ କାଟି ଲୁଟି ନେଲେ ସାଢ଼େ ୩ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3CmOy7W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages