ସହି ହେଲାନି ସାଙ୍ଗ ମୃତ୍ୟୁ, ନିଜକୁ ଗୁଳି କରିଦେଲେ ବିଧାୟକଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ସହି ହେଲାନି ସାଙ୍ଗ ମୃତ୍ୟୁ, ନିଜକୁ ଗୁଳି କରିଦେଲେ ବିଧାୟକଙ୍କ ପୁଅ

ଭୋପାଲ: ସାଙ୍ଗ ମୃତ୍ୟୁକୁ ସହି ନ ପାରି ଜୀବନ ହାରିଲେ ବିଧାୟକଙ୍କ ପୁଅ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶର ଜବଲପୁରର ବରଗୀ ବିଧାୟକ ସଞ୍ଜୟ ଯାଦବଙ୍କ ଛୋଟ ପୁଅ  ବିଭୁ ଯାଦବ।  ବିଭୁ ନିକଟସ୍ଥ ଏକ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ।

ସୂଚନା ଅନୁଯାୟୀ, ବିଧାୟକ ସଞ୍ଜୟ ଯାଦବଙ୍କର ୨ ପୁଅ ଥିବା ବେଳେ ବିଭୁ ହେଉଛନ୍ତି ସାନ ପୁଅ। ଘଟଣା ଦିନ ଘରେ କେହି ଉପସ୍ଥିତ ନ ଥିବା ବେଳେ ଉପର ମହଲାରେ ବିଭୁ ଥିଲେ। ତଳେ ଘରର କର୍ମଚାରୀ ଥିଲେ। ତାଙ୍କ ବାପା ତଥା ବିଧାୟକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ମା’ ଭୋପାଲ ଯାଇଥିଲେ। ଏହାବାଦ ବଡ଼ ଭାଇ ବି ବଜାରକୁ ଯାଇଥିଲେ ।

ଏହି ସମୟରେ ଉପର ମହଲାରୁ ଗୁଳିର ଶବ୍ଦ ଶୁଣିବାକୁ ମିଳିଲା। ଏହା ଶୁଣି ତଳେ ଥିବା କର୍ମଚାରୀ ଉପରକୁ ଯାଇ ବିଭୁଙ୍କ  ରକ୍ତାକ୍ତ ଶରୀର ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

ବିଭୁ ୪ ପେଜ୍‌ର ଏକ ସୁଇସାଇଡାଲ ନୋଟ ଛାଡ଼ି ଯାଇଥିବା ବେଳେ ସେଥିରେ ନିଜ ମୃତ୍ୟୁ ପାଇଁ କାହାକୁ ବି ଦାୟୀ କରି ନାହାନ୍ତି। ନିଜ ବାପାମା’ ତଥା ସାଙ୍ଗମାନେ ବହୁତ ଭଲ ବୋଲି ବିଭୁ ନିଜ ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଛନ୍ତି। ହେଲେ ତାଙ୍କର ଜଣେ ସାଙ୍ଗଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇଥିବା ବେଳେ ଏହି ଦୁଃଖକୁ ଭୁଲି ପାରୁ ନ ଥିଲେ ବିଭୁ। ଶେଷରେ ସାଙ୍ଗ ପାଖକୁ ଯିବାକୁ ଏପରି ନିଷ୍ପତ୍ତି ନେଇଥିବା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ବିଭୁ।

ବିଭୁ ନିଜ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି କରିଥିବା ଜଣାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

The post ସହି ହେଲାନି ସାଙ୍ଗ ମୃତ୍ୟୁ, ନିଜକୁ ଗୁଳି କରିଦେଲେ ବିଧାୟକଙ୍କ ପୁଅ appeared first on Odisha Reporter.



from Odisha Reporter https://ift.tt/3HeGGJ4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages