ପ୍ରଧାନମନ୍ତ୍ରୀଙ୍କ ଜିଦ୍ ଯୋଗୁ ଫାଇନାଲ୍‌ରେ ପହଞ୍ଚି ପାରିଲାନି ପାକିସ୍ତାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ପ୍ରଧାନମନ୍ତ୍ରୀଙ୍କ ଜିଦ୍ ଯୋଗୁ ଫାଇନାଲ୍‌ରେ ପହଞ୍ଚି ପାରିଲାନି ପାକିସ୍ତାନ!

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ରେ ପହଞ୍ଚି ପାରିଲାନି ପାକିସ୍ତାନ। ଗୁରୁବାର ଏକ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି। ପାକିସ୍ତାନର ଏହି ପରାଜୟ ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିଛି। ହେଲେ ସବୁଠୁ ରୋଚକ ପ୍ରତିକ୍ରିୟାଟି ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ପୂର୍ବତନ ପତ୍ନୀ ରେହମ ଖାନ୍। ତାଙ୍କ ପ୍ରତିକ୍ରିୟା ମୁତାବକ ଇମ୍ରାନ୍ ଖାନ୍‌ଙ୍କ ଜିଦ୍‌ ଯୋଗୁ କୁଆଡ଼େ ପାକିସ୍ତାନ ଫାଇନାଲ୍‌ରେ ପହଞ୍ଚି ପାରିଲାନାହିଁ।

ପାକିସ୍ତାନ ମ୍ୟାଚ୍ ହାରିଯିବା ପରେ ଅଧିନାୟକ ବାବର ଆଜମ ଓ ତାଙ୍କ ଟିମ୍ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରିଥିଲେ ଇମ୍ରାନ। ଏଥିରେ ସେ ଲେଖିଥିଲେ, ମୁଁ ସଠିକ୍ ଭାବେ ଜାଣିଛି ଆପଣମାନେ ସମସ୍ତେ ଏବେ କେମିତି ଅନୁଭବ କରୁଥିବେ। କାରଣ ମୁଁ କ୍ରିକେଟ୍ ପଡ଼ିଆରେ ସମାନ ଧରଣର ନୈରାଶ୍ୟଜନକ ସ୍ଥିତିର ସମ୍ମୁଖୀନ ହୋଇଛି। କିନ୍ତୁ ଆପଣମାନେ ସମସ୍ତେ ଯେମିତି ଖେଳିଳେ ଓ ନିଜ ବିଜୟ ଗୁଡ଼ିକରେ ଯେମିତି ବିନମ୍ରତା ଦେଖାଇଥିଲେ, ସେଥିପାଇଁ ଗର୍ବ ଅନୁଭବ କରିବା ଉଚିତ।

ଏହା ସହିତ ସେମି ଫାଇନାଲରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ଅଭିନନ୍ଦନ ଜଣାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ତେବେ ପାକିସ୍ତାନ ସେମି ଫାଇନାଲ୍‌ରେ ପରାସ୍ତ ହେବା ପରେ ଇମ୍ରାନ୍ ଖାନ୍‌ଙ୍କ ପୂର୍ବତନ ପତ୍ନୀ ତଥା ସାମ୍ବାଦିକ ରେହମ ଖାନ୍ ଏକ ଟ୍ୱିଟ୍ କରିଥିଲେ। ଏଥିରେ ଇମ୍ରାନ୍‌ଙ୍କୁ ଟାର୍ଗେଟ୍ କରିଥିଲେ। ସେ ଲେଖିଥିଲେ- ଖାନ୍ ସାହେବଙ୍କୁ କହିଥିଲି ଫାଇନାଲ୍ ଦେଖିବା ପାଇଁ ଜିଦ୍ କରନ୍ତୁ ନାହିଁ।

ସୂଚନାଯୋଗ୍ୟ, ସେମି ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଥିଲେ ଯେ ଯଦି ପାକିସ୍ତାନ ଟିମ୍ ଏହି ମ୍ୟାଚ୍‌ରେ ଜିତିବ, ତା’ହେଲେ ଫାଇନାଲ୍‌ ମ୍ୟାଚ୍ ଦେଖିବା ପାଇଁ ସେ ୟୁଏଇ ଯାଇପାରନ୍ତି।

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନର ପ୍ରଦର୍ଶନ ବହୁତ ଭଲ ଥିଲା। ଦଳ ଲଗାତାର ୬ଟି ମ୍ୟାଚ୍ ଜିତିଥିଲା। କିନ୍ତୁ ଗତକାଲି ସେମି ଫାଇନାଲ୍‌ରେ ହାରିଗଲା। ଗତକାଲି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। ଦଳ ପକ୍ଷରୁ ମହମ୍ମଦ ରିଜୱାନ୍‌ ୬୭ ରନ୍ କରିଥିବା ବେଳେ ଫଖର ଜମାନ୍ ୫୫ ଓ ଅଧିନାୟକ ବାବର ଆଜମ ୩୯ ରନ୍ କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୯ ଓଭରରେ ୫ ୱିକେଟ୍ ହରାଇ ୧୭୭ ରନ୍ କରିବା ସହିତ ମ୍ୟାଚ୍ ଜିତି ଥିଲା।

The post ପ୍ରଧାନମନ୍ତ୍ରୀଙ୍କ ଜିଦ୍ ଯୋଗୁ ଫାଇନାଲ୍‌ରେ ପହଞ୍ଚି ପାରିଲାନି ପାକିସ୍ତାନ! appeared first on Odisha Reporter.



from Odisha Reporter https://ift.tt/3kunMEC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages