ସେମି ଫାଇନାଲ୍ ପୂର୍ବରୁ ଦୁଇ ଦିନ ଆଇସିୟୁରେ ଥିଲେ ରିଜୱାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ସେମି ଫାଇନାଲ୍ ପୂର୍ବରୁ ଦୁଇ ଦିନ ଆଇସିୟୁରେ ଥିଲେ ରିଜୱାନ୍

ନୂଆଦିଲ୍ଲୀ: ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍‌ ମ୍ୟାଚ୍‌ରେ ପରାସ୍ତ ହୋଇ ପାକିସ୍ତାନ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍‌ରେ ପହଞ୍ଚି ପାରିନାହିଁ। ଅଷ୍ଟ୍ରେଲିଆ ୫ ୱିକେଟ୍‌ରେ ପାକିସ୍ତାନକୁ ହରାଇଛି।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା। ଆଉ ଏଥିରେ ସବୁଠୁ ଅଧିକ ଯୋଗଦାନ ରହିଥିଲା ମହମ୍ମଦ ରିଜୱାନ୍‌ଙ୍କର। ସେ ୬୭ ରନ୍ କରିଥିଲେ। ୫୨ଟି ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ। ତେବେ ଜାଣନ୍ତି ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ପୂର୍ବରୁ ମହମ୍ମଦ ରିଜୱାନ ଦୁଇ ଦିନ ଡାକ୍ତରଖାନାରେ ଥିଲେ। ତାଙ୍କୁ ସେଠାରେ ଆଇସିୟୁରେ ରଖାଯାଇଥିଲା।

ମହମ୍ମଦ ରିଜୱାନ ଓ ଦଳର ବରିଷ୍ଠ ଖେଳାଳି ଶୋଏବ ମଲିକ ସେମି ଫାଇନାଲ୍ ମ୍ୟାଚ୍ ଖେଳିବା ନେଇ ସନ୍ଦେହ ଥିଲା। କାରଣ ଉଭୟଙ୍କୁ ଜ୍ୱର ହୋଇଥିଲା। ପାକିସ୍ତାନ ଟିମ୍ ଡାକ୍ତର ନଜୀବ ସୋମରୋ କହିଛନ୍ତି, ନଭେମ୍ବର ୯ ତାରିଖରେ ମହମ୍ମଦ ରିଜୱାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଦୁଇ ରାତି ଆଇସିୟୁରେ ରଖାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ଘଟିଥିଲା ଏବଂ ମ୍ୟାଚ୍ ପୂର୍ବରୁ ସେ ଫିଟ୍ ହୋଇଯାଇଥିଲେ।

ଗତକାଲିର ବ୍ୟାଟିଂ ପାଇଁ ମହମ୍ମଦ ରିଜୱାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଅଧିନାୟକ ବାବର ଆଜମ। ସେ କହିଛନ୍ତି, ସତରେ ସେ ଜଣେ ଟିମ୍ ମ୍ୟାନ୍‌। ବ୍ୟାଟିଂ କଲା ବେଳେ ମୁଁ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲି। କିନ୍ତୁ ସେ ପୂରା ଠିକ୍ ଥିବା କହିଥିଲେ। ଆଉ ତାଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଥିଲା।

ସୂଚନାଯୋଗ୍ୟ, ମହମ୍ମଦ ରିଜୱାନ୍‌ ୬୭ ରନ୍ କରିଥିବା ବେଳେ ଫଖର ଜମାନ୍ ୫୫ ଓ ଅଧିନାୟକ ବାବର ଆଜମ ୩୯ ରନ୍ କରିଥିଲେ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୧୯ ଓଭରରେ ୫ ୱିକେଟ୍ ହରାଇ ୧୭୭ ରନ୍ କରିବା ସହିତ ମ୍ୟାଚ୍ ଜିତି ଯାଇଥିଲା।

The post ସେମି ଫାଇନାଲ୍ ପୂର୍ବରୁ ଦୁଇ ଦିନ ଆଇସିୟୁରେ ଥିଲେ ରିଜୱାନ୍ appeared first on Odisha Reporter.



from Odisha Reporter https://ift.tt/3Hf9RMf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages