ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ଚାଲିଗଲା ଜୀବନ

ପାଳଲହଡ଼ା (ରବି ନାରାୟଣ ପ୍ରଧାନ): ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ମୁକ୍ତାପୁର ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ପଛରେ ଆମ୍ବୁଲାନ୍ସଟିଏ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ମହାରାଷ୍ଟ୍ରର ଵିଶାଲ ଅହିରେ ବୋଲି ପୁଲିସ୍ କହିଛି।

ଆମ୍ବୁଲାନ୍ସଟି ମହାରାଷ୍ଟ୍ରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର। ଏହା କୋଲକାତା ଯାଇ ପୁଣି ମହାରାଷ୍ଟ୍ର ଫେରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଥିଲା। ରାତିରେ କୁହୁଡ଼ି ପଡ଼ିଥିବା ଯୋଗୁ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଡ୍ରାଇଭର ଦେଖି ପାରି ନଥିଲେ। ଫଳରେ ଆମ୍ବୁଲାନ୍ସଟି ଯାଇ ଟ୍ରକ୍ ପଛରେ ପିଟି ହୋଇଥିଲା।

ଆମ୍ବୁଲାନ୍ସରେ ଡ୍ରାଇଭରକୁ ମିଶାଇ ମୋଟ ଚାରି ଜଣ ଥିଲେ। ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପାଳଲହଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ଚାଲିଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/3D13pFo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages