ବସା ଦହି ମଟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ବସା ଦହି ମଟନ

ଆବଶ୍ୟକ ସାମଗ୍ରୀ:  ମଟନ, ସୋରିଷ ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ହେଙ୍ଗୁ, ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ, ଡାଲଚିନ ଗୁଣ୍ଡ, ବସା ଦହି, ଗୁଜରାତି ଗୁଣ୍ଡ ଓ ଗୋଟା ଲବଙ୍ଗ

ପ୍ରସ୍ତୁତ ପ୍ରଣାଳୀ:  ପ୍ରଥମେ ମଟନକୁ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ  ସେଥିରେ ଅଦା ପେଷ୍ଟକୁ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ,  ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ  ଓ ହେଙ୍ଗୁ ପକାଇ ଗୋଳାଇ ଦିଅନ୍ତୁ।  ପରେ ସେଥିରେ ମଟନକୁ ପକାଇ  କିଛି ସମୟ  ପାଇଁ କଷନ୍ତୁ।

ମଟନ କଷି ହୋଇଯିବା ପରେ ସେଥିରେ ଏକ ଚାମଚ ପାନ ମଧୁରୀ ଗୁଣ୍ଡ, ଧନିଆ ଗୁଣ୍ଡ ଓ ଡାଲଚିନ ଗୁଣ୍ଡ ପକାଇ  ଗୋଳାଇ ଦିଅନ୍ତୁ। ତାପରେ  ଢ଼ାଙ୍କୁଣି  ଘୋଡ଼ାଇ  ଆଞ୍ଚରେ ବସାଇ ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣି କାଢ଼ି ଦିଅନ୍ତୁ, ସେଥିରେ ବସା ଦହିକୁ ପକାଇ ଧିମା ଆଞ୍ଚ କରି ବସାଇ ଦିଅନ୍ତୁ। କିଛି ସମୟ ପରେ ସେଥିରେ ପାଣି ଦେଇ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। ୨୦ରୁ ୨୫ ମିନିଟ ପରେ ଘୋଡ଼ଣୀ କାଢ଼ି ଦିଅନ୍ତୁ। ସେଥିରେ ଗୁଜରାତି ଗୁଣ୍ଡ ଓ ଗୋଟା ଲବଙ୍ଗ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବସା ଦହି ମଟନ।

The post ବସା ଦହି ମଟନ appeared first on Odisha Reporter.



from Odisha Reporter https://ift.tt/3EaQiCJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages