ମୁମ୍ବାଇ: ଶେଷରେ ସାମ୍ନାକୁ ଆସିଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ପଳାତକ ପରମବୀର ସିଂହ। ୨୩୧ ଦିନ ଅଣ୍ଡରଗ୍ରାଉଣ୍ଡ ରହିବା ପରେ ସେ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ତଦନ୍ତର ସମ୍ମୁଖୀନ ହେବାକୁ ସେ କାନ୍ଦିଭାଲି ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସେ ମୁମ୍ବାଇ ଆସିଥିବା କହିଛନ୍ତି। ତେବେ ତାଙ୍କ ବିରୋଧରେ ଥିବା ମାମଲାକୁ ନେଇ ସେ ଏବେ କିଛି କହିବେ ନାହିଁ ଯାହା କହିବେ କୋର୍ଟରେ କହିବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ପରମବୀର। ଫେରାର ଥିବା ପରମବୀର ସିଂହଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେ ଆଜି ସିବିଆଇ ସାମ୍ନାରେ ହାଜର ହୋଇଛନ୍ତି।
ନଭେମ୍ବର ୨୨ ତାରିଖରେ ସୁପ୍ରିମକୋର୍ଟ ପଳାତକ ପରମବୀର ସିଂହଙ୍କ ଗିରଫଦାରୀ ଉପରେ ରୋକ ଲାଗଇଥିଲେ। ତେବେ ତଦନ୍ତରେ ଯୋଗଦେବା ପାଇଁ ପରମବୀରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରମବୀର ସିଂଙ୍କ ବିରୋଧରେ ୬ଟି ଏଫଆଇଆର ରୁଜୁ ହୋଇଛି। ବର୍ତ୍ତମାନ ଏହି ସବୁ ମାମଲାରୁ ଗିରଫଦାରୀ ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ।
ସୂଚନାଯୋଗ୍ୟ, ମୁମ୍ବାଇ ପୁଲିସ କମିଶନର ପଦରୁ ପରମବୀରଙ୍କୁ ହଟାଇ ଦେଇଥିଲେ ମହାରାଷ୍ଟ୍ର ସରକାର। ଏହାପରେ ସେତେବେଳର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପରମବୀର ଦଲାଲି କରୁଥିବାର ଅଭିଯୋଗ ଆଣିଥିଲେ। ପରମବୀର ସିଂ କହିଛନ୍ତି ଯେ ଦେଶମୁଖ ତାଙ୍କୁ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ଦୋକାନରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅନିଲ ଦେଶମୁଖ ଏବେ ଇଡି ଦ୍ୱାରା ବନ୍ଧା ହୋଇସାରିଛନ୍ତି। ଏବେ ଜେଲର ଚାରି କାନ୍ଥ ଭିତରେ ରହି ଜାମିନ ପାଇଁ ଦିନ ଗଣୁଛନ୍ତି।
ଏହା ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଓକିଲ ଜରିଆରେ ପରମବୀର କହିଥିଲେ ତାଙ୍କୁ ଗିରଫଦାରୀରୁ ଆଶ୍ୱସ୍ଥ ଚାହିଁଥିଲେ। କିନ୍ତୁ କୋର୍ଟ ଏଥିରେ ଅସନ୍ତୋଷ ଝାଡି ଥିଲେ। ଜଣେ ତଦନ୍ତ ପ୍ରକ୍ରିୟାରେ ସାମିଲ ନହୋଇ ସୁରକ୍ଷା ମାଗିବା ଆଶ୍ଚର୍ଯ୍ୟ। ଯେପର୍ଯ୍ୟନ୍ତ ଆବେଦନକାରୀ ସାମ୍ନାକୁ ନଆସିବେ ସେପର୍ଯ୍ୟନ୍ତ କୋର୍ଟ କୌଣସି ପ୍ରକାର ରାୟ ଦେବେ ନାହିଁ କି ଆବେଦନର ଶୁଣାଣି କରିବେନି। ଏହାପରେ ନ୍ୟାୟିକ ପ୍ରକ୍ରିୟାର ଛାଟ ଦେଖି ପରମବୀର ସାମ୍ନାକୁ ଆସିବାକୁ ପ୍ରସ୍ତୁତ ବୋଲି ଆବେଦନ କରି କହିଥିଲେ।
The post ମୁମ୍ବାଇରେ ପଳାତକ ପରମବୀର ସିଂହ appeared first on Odisha Reporter.
from Odisha Reporter https://ift.tt/3CKiNG0
No comments:
Post a Comment