ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (OSSSC) ୧୦୦୦ଟି ଲାବୋରଟୋରୀ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଏହି ନିଯୁକ୍ତି ମିଳିବ। ତେବେ ଜିଲ୍ଲା କ୍ୟାଡରରେ ମିଳିବାକୁ ଥିବା ଏହି ନିଯୁକ୍ତି ଚୁକ୍ତିଭିତ୍ତିକ। ବିଭିନ୍ନ ଜିଲ୍ଲା ଓ ୭ଟି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ୍ରେ ଏହି ନିଯୁକ୍ତି ଦିଆଯିବ।
କେଉଁ ଜିଲ୍ଲାରେ କେତେ ପଦବୀ ଖାଲି ରହିଛି, କେତେ ଦରମା ମିଳିବ, ପ୍ରାର୍ଥୀଙ୍କ ଯୋଗ୍ୟତା ଓ ବୟସ କେତେ ହେବା ଆବଶ୍ୟକ ତଥା ଅନ୍ୟ ସମସ୍ତ ସର୍ତ୍ତ OSSSCର ୱେବ୍ସାଇଟ୍ www.osssc.gov.in ରେ ଉଲ୍ଲେଖ ରହିଛି। ଯେଉଁମାନେ ଏହି ପଦବୀରେ ନିଯୁକ୍ତି ପାଇଁ ଆଶାୟୀ ଅଛନ୍ତି, ସେମାନେ ଏହି ୱେବ୍ସାଇଟ୍କୁ ଯାଇ ଲଗ୍ ଇନ୍ କରି ସମସ୍ତ ସୂଚନା ପାଇପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ କେବଳ ଅନ୍ଲାଇନ୍ରେ ଦରଖାସ୍ତ ଗ୍ରହଣ କରାଯିବ।
ଆସନ୍ତା ଡିସେମ୍ବର ୧ ତାରିଖରୁ ଅନ୍ଲାଇନ୍ ରେଜିଷ୍ଟ୍ରେସନ୍ ବା ରି-ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏହା ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର ୧ ତାରିଖରୁ ଇଚ୍ଛୁକ ପ୍ରାର୍ଥୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୨୫ ରହିଛି।
The post OSSSC ବାହାର କଲା ବିଜ୍ଞପ୍ତି, ହଜାରେଙ୍କୁ ଦେବ ନିଯୁକ୍ତି appeared first on Odisha Reporter.
from Odisha Reporter https://ift.tt/3xt17xx
No comments:
Post a Comment