ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 10, 2021

ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ

ଦେବଗଡ଼(ସିର୍ଦ୍ଧାଥ ଗୁରୁ):  ଗାଁ ନିକଟରେ ଚାଲିଥିଲା କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଦେବଗଡ଼ ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷିୟ ପ୍ରହଲ୍ଲାଦ ପରିଡା ଓ ତାଙ୍କ ସାଥୀ  ପାଣ୍ଡବ ହୋତା। ପାଣ୍ଡବର ଘର ସିମିଳିହତାରେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରେ ଗତକାଲି ଅପରାହ୍ନରେ ପ୍ରହଲ୍ଲାଦ ଓ ପାଣ୍ଡବଙ୍କ ମଧ୍ୟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣିପାଲ ଗାଁରେ ଚଢ଼ାଉ କରି ପ୍ରହଲ୍ଲାଦକୁ ଗିରଫ କରିଥିଲା ଓ କଲରାପତରିଆ ବାଘ ଛାଲ ଜବତ କରିଥିଲା। ହେଲେ ପାଣ୍ଡବ ବନବିଭାଗକୁ ଚକମା ଦେଇ ଖସି ପଳାଇଥିଲା।  ବନ ବିଭାଗ ପାଣ୍ଡବକୁ ଧରିବାକୁ ଯୋଜନା କରିଥିଲା। ଏହାପରେ ବିଳମ୍ବିତ ରାତିରେ ସିମିଳିହତା ଗାଁରେ ଚଢ଼ାଉ କରି ପାଣ୍ଡବକୁ ଗିରଫ କରିଥିଲା।

କଲରାପତରିଆ ବାଘ ଛାଲ ଜବତ

ବାଘଛାଲ ବେପାରୀଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବାଘଛାଲ ବିକ୍ରିରେ ‌ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଚାଲିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

The post ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ appeared first on Odisha Reporter.



from Odisha Reporter https://ift.tt/3n3PSIp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages