ଜେଲ୍‌ରେ ଥାଇ ବି ସ୍ୱାବଲମ୍ବୀ; ଆତ୍ମନିର୍ଭର ହେବାକୁ ମିଳୁଛି ପ୍ରଶିକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଜେଲ୍‌ରେ ଥାଇ ବି ସ୍ୱାବଲମ୍ବୀ; ଆତ୍ମନିର୍ଭର ହେବାକୁ ମିଳୁଛି ପ୍ରଶିକ୍ଷଣ

ଯାଜପୁର(ଓଡ଼ିଶା ରିପୋର୍ଟର): ଜେଲ୍‌ରେ ଥାଇ ବି ସ୍ୱାବଲମୀ। ନିଜେ କରିଥିବା ଅପରାଧ ପାଇଁ  ବର୍ଷ ବର୍ଷ ଧରି ଜେଲ୍‌ରେ ବନ୍ଦ ଅଛନ୍ତି। ହେଲେ ଏହା ମଧ୍ୟରେ ନିଜ ଗୋଡ଼ରେ ଛିଡ଼ା ହୋଇ ୨ ପଇସା ରୋଜଗାର ବି କରିପାରୁଛନ୍ତି। ଫଳରେ ବାହାରକୁ ଗଲେ ପୁଣି ଥରେ ଅପରାଧର ଅନ୍ଧାର ଗଳିରେ ନ ପଶି ସମ୍ମାନର ସହ ବଞ୍ଚିପାରିବେ। ଏଥିନିମନ୍ତେ ସେମାନଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ। ଯାଜପୁର ସବ ଜେଲ୍‌ରେ ଥିବା ବିଚାରଧୀନ ଅନ୍ତେବାସୀଙ୍କ ପାଇଁ ହାତକୁ ନିଆଯାଇଛି ଏପରି ନିଆରା କାର୍ଯ୍ୟକ୍ରମ ।

ଯାଜପୁର ସବ ଜେଲରେ ଥିବା ବିଚାରଧୀନ ଅନ୍ତେବାସୀଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ତଥା ସେମାନଙ୍କୁ  ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆତ୍ମନିର୍ଭରଶୀଳ କରାଇବାକୁ ଆରମ୍ଭ ହୋଇଛି ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଜଣେ ପ୍ରଶିକ୍ଷକ ଆସି  ଅନ୍ତେବାସୀଙ୍କୁ ବିଭିନ୍ନ ସାମଗ୍ରୀ ନିର୍ମାଣ ପଦ୍ଧତି ଶିଖାଉଛନ୍ତି ।  ସାନିଟାଇଜର, ମହମବତୀ  ତିଆରିଠାରୁ ଆରମ୍ଭ କରି ଛତୁଚାଷ ପ୍ରଣାଳୀ ବି ଶିଖୁଛନ୍ତି ଅନ୍ତେବାସୀ । କେବଳ ଶିଶୁନାହାନ୍ତି ଏହାକୁ  ତିଆରି କରି ଜେଲ୍‌ରେ ଥାଇ ବି ଦୁଇ ପଇସା ରୋଜଗାର କରିପାରୁଛନ୍ତି  ।

ଅନ୍ତେବାସୀଙ୍କୁ ଛତୁ ତିଆରି ପାଇଁ ଦିଆଯାଉଛି ପ୍ରଶିକ୍ଷଣ।

ଏନେଇ ପ୍ରଶିକ୍ଷିକା କାଞ୍ଚନ ପରିଆ କହିଛନ୍ତି, ଫିନାଇଲ, କ୍ୟାଣ୍ଡେଲ ଆଦି ତିଆରି କରିବା ନିମନ୍ତେ ଜେଲ୍‌ ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହାକୁ ଶିଖିବାକୁ ସେମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳୁଛି। ଜେଲ୍‌ରେ ଥାଇ ବି ଏହି ଅନ୍ତେବାସୀମାନେ ବହୁତ ଭଲ ବ୍ୟବହାର ଦେଖାଉଛନ୍ତି। ବାହାରକୁ ଗଲେ ସେମାନେ ନିଜ ଗୋଡ଼ରେ ଛିଡ଼ା ହେଇ ପାରିବେ ବୋଲି ସମ୍ପୂର୍ଣ୍ଣ ଭରସା ରହିଛି।

ଏନେଇ ଜଣେ ଅନ୍ତେବାସୀ କହିଛନ୍ତି,୭ ବର୍ଷ ହେଲା ଜେଲ୍‌ରେ ରହି ଆସୁଛି । ବାହାରକୁ ଗଲେ କିପରି ପରିବାର ପୋଷିବି ସେହି ଚିନ୍ତ ସବୁବେଳେ ଘାରୁଥିଲା। ହେଲେ ଏବେ ପ୍ରଶିକ୍ଷଣ ନେବା ପରେ ନିଜ ଉପରେ ଆତ୍ମବିଶ୍ୱାସ ବଢ଼ି ଯାଇଛି । ଛତୁ ଚାଷ କରୁଛି, ଫିନାଇଲ, କ୍ୟାଣ୍ଡେଲ, ହ୍ୟାଣ୍ଡୱାସ ପ୍ରସ୍ତୁତି ବି ଶିଖି ଯାଇଛି। ବାହାରକୁ ଗଲେ ଛତୁ ଚାଷ କରିବି। କ୍ୟାଣ୍ଡେଲ ତିଆରି କରିବି। ଏଥିରେ କିଛି ପିଲାଙ୍କୁ ବି ନିୟୋଜିତ କରିବି। ଫଳରେ ସେମାନଙ୍କ ପେଟ ବି ପୋଷି ହେବ ।

ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ସୂଚନାଯୋଗ୍ୟ,  ଯାଜପୁର ଉପକାରାକାରରେ ମୋଟ ୩୧୧ ଜଣ ଅନ୍ତେବାସୀ ରୁହନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଜୀବିକା ମିଶନ ଓ ଷ୍ଟେଟବ୍ୟାଙ୍କ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ମିଳିତ ସହଯୋଗରେ ଅନ୍ତେବାସୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଜେଲରୁ ମୁକୁଳିବା ପରେ ଏହି ପ୍ରଶିକ୍ଷଣ ଯୋଗୁ ବହୁ ଅନ୍ତେବାସୀ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇପାରିବେ।

କେବଳ ଉପକାରାକାରରେ ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ତାହା ନୁହେଁ,  ରୋଟାରୀ କ୍ଲବ ସହାୟତାରେ ସେମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଖୋଲାଯାଇଛି ପାଠାଗାର । ତେବେ ଜେଲ୍‌ରେ ରହୁଥିବା ଅନ୍ତେବାସୀଙ୍କ ଅପରାଧିକ ମାନସିକତା ପରିବର୍ତ୍ତନର ଉଦ୍ଦେଶ୍ୟ ରଖି ଜେଲ ଡିଜି ଏଭଳି  ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା କହିଛନ୍ତି ଯାଜପୁର ସବଜେଲର  ।

ଯାଜପୁର ଜେଲ୍‌ରେ ଥିବା ଅନ୍ତେବାସୀ।

ଏନେଇ ଯାଜପୁର ଉପକାରାଗାରର ସବ ଜେଲର ପ୍ରସନ୍ନ ସାହୁ କହିଛନ୍ତି, ଅନ୍ତେବାସୀଙ୍କୁ ପ୍ରଶିକ୍ଷଣ ଦିଆଯିବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।  ଯେପରି ପୁଣି ଥରେ ଜେଲ୍‌ ଭିତରକୁ ସେମାନେ ନ ଆସନ୍ତି , ସେହି ଉଦ୍ଦେଶ୍ୟ ସାଧିତ କରିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛୁ।

The post ଜେଲ୍‌ରେ ଥାଇ ବି ସ୍ୱାବଲମ୍ବୀ; ଆତ୍ମନିର୍ଭର ହେବାକୁ ମିଳୁଛି ପ୍ରଶିକ୍ଷଣ appeared first on Odisha Reporter.



from Odisha Reporter https://ift.tt/3bLQjk5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages