ବଦଳି ଖବରକୁ ଖଣ୍ଡନ କଲେ ସମୀର ୱାଙ୍ଖଡେ, ଦେଲେ ଏମିତି ସଫେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ବଦଳି ଖବରକୁ ଖଣ୍ଡନ କଲେ ସମୀର ୱାଙ୍ଖଡେ, ଦେଲେ ଏମିତି ସଫେଇ

ମୁମ୍ବାଇ: ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବଦଳି ଖବରରେ ନୂଆ ଟ୍ୱିଷ୍ଟ ଆସିଛି। ତାଙ୍କୁ ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରୁ ବିଦା କରି ଦିଲ୍ଲୀ ଏନସିବି ମୁଖ୍ୟାଳୟକୁ ବଦଳି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ବଦଳି ଓ ବିଦା ହେବା ଖବରକୁ ନିଜେ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି।

ଏପରି କି ସେ କରିଥିବା ଆବେଦନ ପାଇଁ ହିଁ ଆର୍ଯ୍ୟନ ଖାନଙ୍କ ତଦନ୍ତ ଏନସିବିର ଏସ୍‌ଆଇଟି କରିବାକୁ ଯାଉଥିବା ମଧ୍ୟ ସେ ସଫେଇ ଦେଇଛନ୍ତି। ଏହି ଏସଆଇଟିର ମୁଖ୍ୟ ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ କୁମାର ସିଂହ ରହିଛନ୍ତି। ଆର୍ଯ୍ୟନ ଖାନଙ୍କ ସହ ମୋଟ ୬ଟି ମାମଲାର ତଦନ୍ତ ଦାୟିତ୍ୱରୁ ସମୀର ୱାଙ୍ଖଡେଙ୍କୁ ଏନସିବି ବିଦା କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତାଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମୀର ୱାଙ୍ଖଡେ କହିଛନ୍ତି, “ମୁଁ ଏନସିବି ମୁମ୍ବାଇ ୟୁନିଟର ଜୋନାଲ ନିର୍ଦ୍ଦଶକ। ଏହି ପଦରେ ମୁଁ ବର୍ତ୍ତମାନ ବି ରହିଛି। ମୋ ପଦରୁ ମୋତେ କେହି ବି ବିଦା କରି ନାହାନ୍ତି। ମୁଁ ମଧ୍ୟ ଆର୍ଯ୍ୟନ ଖାନ ମାମଲା ଓ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କରିଥିବା ଅଭିଯୋଗର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ଦାବି କରିଥିଲି। ଏବେ ଦିଲ୍ଲୀର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଘଟଣାର ତଦନ୍ତ କରିବାକୁ ଯାଉଛି। ଏହା ଏକ ଭଲ କଥା।”

ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ସମୀର ୱାଙ୍ଖଡେ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ସେ କହିଥିଲେ, “ମୁଁ ତଦନ୍ତରୁ କୌଣସି ପ୍ରକାରର ବିଦା ହୋଇନି। କୋର୍ଟରେ ଘଟଣାର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ମୁଁ ଆବେଦନ କରିଥିଲି। ତେଣୁ ଆର୍ଯ୍ୟନ ଖାନ ଓ ସମୀର ଖାନ(ନବାବ ମଲିକଙ୍କ ଜ୍ୱାଇଁ)ଙ୍କ ମାମଲାର ତଦନ୍ତ ଦିଲ୍ଲୀ ଏନସିବି କରିବ। ଦିଲ୍ଲୀ ଓ ମୁମ୍ବାଇ ଏନସିବି ଟିମ୍‌ର ଏହା ଏକ ମିଳିତ ତଦନ୍ତ। ଡ୍ରଗ କାରବାର ବିରୋଧରେ ମୋର ଅପରେସନ ଜାରି ରହିବ।”


ତେବେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣିଥରେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରିଛନ୍ତି। ସେ ଏନଆଇଏକୁ ଦେଇଥିବା ବୟାନ ଭୁଲ ଓ ଏପରି କରି ସେ ଦେଶକୁ ବିଭ୍ରାନ୍ତ କରୁଥିବା ଶ୍ରୀ ମଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଏନଆଇଏ ସୀମର ୱାଙ୍ଖଡେଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରିଛି ନଚେତ ସେ ନିଜେ ଦେଶକୁ ବିଭ୍ରାନ୍ତ କରୁଛନ୍ତି। କାରଣ ସେ ବମ୍ବେ ହାଇକୋର୍ଟରେ ତାଙ୍କ ବିରୋଧରେ ଆସିଥିବା ବଟି ଆଦାୟକ ଓ ଦୁର୍ନୀତି ଅଭିଯୋଗର ତଦନ୍ତ ମୁମ୍ବାଇ ପୁଲିସ୍‌ ବଦଳରେ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରିବାକୁ ଆବେଦନ କରିଥିଲେ।

କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି। ତେଣୁ ଦେଶ ପ୍ରକୃତ ତଥ୍ୟ ଜାଣିବା ଦରକାର। ସେ କୌଣସି ପ୍ରକାରରେ ଆର୍ଯ୍ୟନ ଖାନଙ୍କ କେସ୍‌ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରିବାକୁ ଆବେଦନ କରି ନଥିଲେ।”

ଅନ୍ୟପକ୍ଷରେ ଏନସିବି ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ମୁମ୍ବାଇ ଜୋନରେ ଚାଲିଥିବା ୬ଟି ଘଟଣାର ତଦନ୍ତ ଦାୟିତ୍ୱ ସଂସ୍ଥାର ମୁଖ୍ୟାଳୟ ଗଠନ କରିଥିବା ଏସ୍‌ଆଇଟି ଟେକ ଓଭର କରିବ। କୌଣସି ଅଧିକାରୀଙ୍କୁ ସେମାନେ ବର୍ତ୍ତମାନ ସମ୍ପାଦନ କରୁଥିବା କାର୍ଯ୍ୟରୁ ହଟା ଯାଇନାହିଁ। ଅଧିକାରୀମାନେ ତଦନ୍ତ ବେଳେ ଏସ୍‌ଆଇଟିକୁ ମଧ୍ୟ ସହଯୋଗ କରିପାରିବେ।

The post ବଦଳି ଖବରକୁ ଖଣ୍ଡନ କଲେ ସମୀର ୱାଙ୍ଖଡେ, ଦେଲେ ଏମିତି ସଫେଇ appeared first on Odisha Reporter.



from Odisha Reporter https://ift.tt/3ETTmDt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages