ଚହଲଙ୍କୁ ପଛରେ ପକାଇ ଭାରତ ପାଇଁ ରେକର୍ଡ କଲେ ବୁମ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଚହଲଙ୍କୁ ପଛରେ ପକାଇ ଭାରତ ପାଇଁ ରେକର୍ଡ କଲେ ବୁମ୍ରା

ଦୁବାଇ: ଚଳିତ ବିଶ୍ୱକପରେ ଭାରତ ପାଇଁ ଟି-୨୦ରେ ରେକର୍ଡ କରିଛନ୍ତି ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା। ଶୁକ୍ରବାର ସ୍କଟଲ୍ୟାଣ୍ଡ ବିପକ୍ଷରେ ବୁମ୍ରା ଦୁଇଟି ୱିକେଟ ନେଇଥିଲେ। ଏହି ସଫଳତା ପରେ ସେ ଲେଗ ସ୍ପିନର ୟୁଜଭେନ୍ଦର ଚହଲଙ୍କୁ ପଛରେ ପକାଇ ଭାରତ ପାଇଁ ଟି-୨୦ରେ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଛନ୍ତି।

ଚହଲ ଚଳିତ ବିଶ୍ୱକପରେ ଭାରତୀୟ ଟିମ୍‌ରେ ନାହାନ୍ତି। ଏବେ ତାଙ୍କୁ ବୁମ୍ରା ପଛରେ ପକାଇ ଦେଇଛନ୍ତି। ଚହଲ ଟି-୨୦ରେ ଭାରତ ପାଇଁ ୬୩ଟି ୱିକେଟ ଦଖଲ କରିଥିବା ବେଳେ ବୁମ୍ରାଙ୍କ ସଫଳତା ସଂଖ୍ୟା ୬୪ରେ ପହଞ୍ଚି ଯାଇଛି।

ଶୁକ୍ରବାର ମ୍ୟାଚ୍‌ରେ ବୁମ୍ରା ଆରମ୍ଭରୁ ହିଁ ଦମଦାର ବୋଲିଂ କରିଥିଲେ। ପ୍ରଥମରୁ ସେ ସ୍କଟଲ୍ୟାଣ୍ଡର ଅଧିନାୟକ କାୟେଲ କୋଏଟଜରଙ୍କୁ ଆଉଟ କରିଥିଲେ। ଏହାପରେ ନିଜର ଶେଷ ଓଭର୍‌ରେ ମାର୍କ ୱାଟ୍ଟଙ୍କୁ ଆଉଟ କରି ସ୍କଟଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ସେ ୩.୪ ଓଭର୍‌ରେ ୧୦ ରନ୍‌ ଦେଇ ୨ଟି ୱିକେଟ ନେଇଛନ୍ତି।

ବୁମ୍ରା ୫୪ଟି ମ୍ୟାଚ୍‌ରେ ୬୪ଟି ୱିକେଟ ନେଇଥିବା ବେଳେ ଚହଲ ୪୯ ମ୍ୟାଚ୍‌ରେ ୬୩, ରବି ଅଶ୍ୱିନ ୪୮ ମ୍ୟାଚ୍‌ରେ ୫୫, ଭୁବନେଶ୍ୱର କୁମାର ୫୨ ମ୍ୟାଚ୍‌ରେ ୫୦ ଓ ରବୀନ୍ଦ୍ର ଜାଡେଜା ୫୪ ମ୍ୟାଚ୍‌ରେ ଭାରତ ପାଇଁ ଟି-୨୦ରେ ୪୩ଟି ୱିକେଟ ଦଖଲ କରିଛନ୍ତି।

୨୦୧୬ରେ ଭାରତ ପାଇଁ ଡେବ୍ୟୁ କରିଥିବା ବୁମ୍ରା କ୍ରିକେଟର ୩ଟି ଯାକ ଫର୍ମାଟରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ନିଜର ୟର୍କର ଓ ଭ୍ୟାରିଏସନ ପାଇଁ ବିଶ୍ୱର ବଡ଼ବଡ଼ ବ୍ୟାଟସମ୍ୟାନଙ୍କୁ ଅଡ଼ୁଆରେ ପକାଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବିପକ୍ଷରେ ରନ୍‌ କରିବା ଆଦୌ ସହଜ ହୋଇ ନଥାଏ।

ଅନ୍ୟପକ୍ଷରେ ଗତକାଲିର ମ୍ୟାଚ୍‌ କଥାକୁ ବିଚାରକୁ ନେଲେ, ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୮୫ ରନ୍‌ରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୩୯ ବଲ୍‌ରେ ଧାର୍ଯ୍ୟ ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କରି ନେଇଛି। ଭାରତ ଚଳିତ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍‌ ହାରିଛି।

ଏବେ ଦଳ ଲଗାତର ଦୁଇଟି ମ୍ୟାଚ୍‌ ଜିତିଛି। ହେଲେ ଭାରତ ସେମି ଫାଇନାଲ ଖେଳିବ କି ନାହିଁ, ତା’ର ନିଷ୍ପତ୍ତି ଆସନ୍ତକାଲି ହେବ। କାରଣ ଆଫଗାନ ଯଦି କାଲିର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ତକୁ ହରାଇ ଦେବ, ତା’ହେଲେ ଭାରତ ପାଇଁ ସେମି ଫାଇନାଲ ରାସ୍ତା ପକ୍କା ହୋଇଯିବ।

The post ଚହଲଙ୍କୁ ପଛରେ ପକାଇ ଭାରତ ପାଇଁ ରେକର୍ଡ କଲେ ବୁମ୍ରା appeared first on Odisha Reporter.



from Odisha Reporter https://ift.tt/3bJy5j1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages