ଦୁବାଇ: ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଶୁକ୍ରବାର ନିଜର ୩୩ତମ ଜନ୍ମ ଦିନ ପାଳନ କରିଛନ୍ତି। ଟିମ ଇଣ୍ଡିଆ ମଧ୍ୟ ଗତକାଲି ଏକତରଫା ଭାବେ ସ୍କଟଲ୍ୟାଣ୍ଡକୁ ହରାଇ ବିରାଟଙ୍କୁ ଜନ୍ମଦିନରେ ଜବରଦସ୍ତ ଉପହାର ଦେଇଛି। ତେବେ ମ୍ୟାଚ୍ ପରେ ବିରାଟଙ୍କ ଡ୍ରେସିଂ ରୁମ୍ରେ ଟିମ୍ ସଦସ୍ୟଙ୍କ ସହ କେକ୍ କାଟି ସେଲିବ୍ରେସନ କରିଛନ୍ତି।
ଏହି କେକ କଟା ଉତ୍ସବର ନେତୃତ୍ୱ ଟିମ୍ ଇଣ୍ଡିଆର ମେଣ୍ଟୋର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେଇଛନ୍ତି। ଏହାର ଭିଡିଓ ବିସିସିଆଇ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ଧୋନିଙ୍କ ସହ ଇଶାନ କିଶନ ମଧ୍ୟ ବିରାଟ ଆସିବା ପୂର୍ବରୁ କେକ୍କୁ ସଜାଉଛନ୍ତି। ବିରାଟ ସେଠାରେ ପହଞ୍ଚିବା ପରେ କେକ କାଟିଥିଲେ।
ହେଲେ ସେ ମହମବତୀ ଲିଭାଇବାକୁ ଭୁଲି ଯାଇଥିଲେ। ଏହା ଦେଖି ଧୋନି ତାଙ୍କୁ ତୁରନ୍ତ ଏହାକୁ ଲିଭାଇବାକୁ କହିଥିଲେ। ବିରାଟ କେକ କାଟିବା ବେଳେ ଟିମ୍ର ସବୁ ସଦସ୍ୟ ଓ କୋଚିଂ ଷ୍ଟାଫ ଉପସ୍ଥିତ ରହିଥିଲେ। ସେହିପରି ସେ କେକ କାଟିବା ପରେ ପ୍ରଥମେ ଏହାକୁ ଧୋନିଙ୍କୁ ହିଁ ଖାଇବାକୁ ଦେଇଥିଲେ। ଏହାପରେ ଜଣଙ୍କ ପରେ ଜଣେ ଖେଳାଳି କେକ ଖାଇଥିଲେ।
View this post on Instagram
ସୂର୍ଯ୍ୟ କୁମାର ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଇନଷ୍ଟାଗ୍ରାମରେ ଜନ୍ମଦିନର ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ବିରାଟଙ୍କ ମୁହଁ ସଂପୂର୍ଣ୍ଣ ଭାବେ କେକରେ ଆଚ୍ଛାଦିତ ହୋଇ ରହିଛି। ସେହିପରି ତାଙ୍କ ମୁଣ୍ଡରେ ଗୋଟିଏ କେକର ଖଣ୍ଡ ରଖାଯାଇଛି। ସେ ଅନ୍ୟ ଖେଳାଳିଙ୍କ ସହ ମଜାମସ୍ତି କରିବା ସହ ଫଟୋ ପାଇଁ ମଧ୍ୟ ପୋଜ ଦେଉଛନ୍ତି। ମୁଣ୍ଡରେ ଥିବା କେକ ଯେମିତି ତଳକୁ ନ ଖସିବ, ତା’ର ବ୍ୟବସ୍ଥା ମଧ୍ୟ ପନ୍ତ ଓ କିଶନ ନିଶ୍ଚିତ କରୁଥିବା ବେଳର ମଜାଦାର ଦୃଶ୍ୟ ଭିଡିଓରେ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ବିଶ୍ୱକପରେ ବିରାଟ ଲଗାତର ୩ଟି ମ୍ୟାଚ୍ରେ ଟସ୍ ହାରିଥିଲେ। କିନ୍ତୁ ୪ର୍ଥ ମ୍ୟାଚ୍ରେ ଅର୍ଥାତ ଜନ୍ମଦିନରେ ହିଁ ସେ ଟସ୍ ଜିତିବାକୁ ସକ୍ଷମ ହୋଇଥିଲେ।
ଗତକାଲିର ମ୍ୟାଚ୍ରେ, ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ମାତ୍ର ୮୫ ରନ୍ରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୩୯ ବଲ୍ରେ ଧାର୍ଯ୍ୟ ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କରି ନେଇଛି। ଭାରତ ଚଳିତ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍ ହାରିଛି।
ଏବେ ଦଳ ଲଗାତର ଦୁଇଟି ମ୍ୟାଚ୍ ଜିତିଛି। ହେଲେ ଭାରତ ସେମି ଫାଇନାଲ ଖେଳିବ କି ନାହିଁ, ତା’ର ନିଷ୍ପତ୍ତି ଆସନ୍ତକାଲି ହେବ। କାରଣ ଆଫଗାନ ଯଦି କାଲିର ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ତକୁ ହରାଇ ଦେବ, ତା’ହେଲେ ଭାରତ ପାଇଁ ସେମି ଫାଇନାଲ ରାସ୍ତା ପକ୍କା ହୋଇଯିବ।
The post ବିରାଟଙ୍କ ପାଇଁ କେକ୍ ସଜାଇଲେ ଧୋନି, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3keh1GD
No comments:
Post a Comment