ନୂଆଦିଲ୍ଲୀ: କେବେ ନେବା ଉଚିତ କୋଭି଼ଡ ଟିକାର ବୁଷ୍ଟର ଡୋଜ୍? ଏହାକୁ ନେଇ ସାରା ଦେଶରେ ତର୍କ ବିତର୍କ ଓ ଗବେଷଣା ଚାଲିଥିବା ବେଳେ ଭାରତ ବାୟୋଟେକର ଏମଡି ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ମତ । ଭାରତ ବାୟୋଟେକ୍ ଅଧ୍ୟକ୍ଷ କ୍ରିଷ୍ଣା ଇଲା କହିଛନ୍ତି, ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେଇପାରିବେ। ଏହି ସମୟ ହିଁ ହେଉଛି ଟିକାର ତୃତୀୟ ଡୋଜ୍ ନେବାର ଉତ୍କୃଷ୍ଟ ସମୟ । ତେଣୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେବା ଉଚିତ ।
କ୍ରିଷ୍ଣା ଇଲା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଛନ୍ତି । ଏଥିସହ ନାଜାଲ୍ ଭ୍ୟାକସିନ ଉପରେ ଭାରତ ବାୟୋଟେକ୍ କାମ କରୁଥିବା ସେ ସ୍ପଷ୍ଟ କରିଛନ୍ତି ।
ପ୍ରଥମେ କୋଭାକ୍ସିନର ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ ଭାବେ ନାଜାଲ ଭ୍ୟାକସିନ ନେଲେ ତାହା ଅଧିକ ଫଳପ୍ରଦ ହେବ ବୋଲି ମତ ରଖିଛନ୍ତି ଭାରତ ବାୟୋଟେକ୍ ଅଧ୍ୟକ୍ଷ କ୍ରିଷ୍ଣା ଇଲା। ସେହିପରି ଜିକା ଭାଇରସ ପାଇଁ ମଧ୍ୟ ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରୁଛି । ଟିକାର ପ୍ରଥମ ଫେଜ୍ ଶେଷ ହୋଇଛି । ବିଶ୍ୱର ପ୍ରଥମ କମ୍ପାନୀ ଭାବେ ଭାରତ ବାୟୋଟେକ୍ ଖୁବଶୀଘ୍ର ଏହି ଟିକା ଆଣିବ ବୋଲି କ୍ରିଷ୍ଣା ଇଲା କହିଛନ୍ତି।
The post କେବେ ନେବା ଉଚିତ କୋଭି଼ଡ ଟିକାର ବୁଷ୍ଟର ଡୋଜ୍ appeared first on Odisha Reporter.
from Odisha Reporter https://ift.tt/3D51rEE
No comments:
Post a Comment