ଲକ୍ଷ୍ନୌ: ଚାରି ଦିନ ଧରି ଚାଲିଥିବା ଛଟ୍ ପୂଜାର ଆଜି ହେଉଛି ଉଦଯାପନ ଦିବସ। ଏହି ଅବସରରେ ବ୍ରତଧାରୀମାନେ ନଦୀ କିମ୍ବା ପୋଖରୀକୁ ଯାଇ ଉଦିତ ସୂର୍ଯ୍ୟକୁ ଅଘର୍ୟ ପ୍ରଦାନ କରି ବ୍ରତ ସମାପନ କରୁଛନ୍ତି। ବିଶ୍ୱାସ ରହିଛି ଛଟ୍ ପୂଜାର ଶେଷ ଦିନରେ ଉଦିତ ସୂଯର୍ୟଙ୍କୁ ପୂଜା କଲେ ପରିବାରରେ ସୁଖସମୃଦ୍ଧି ଆସିଥାଏ । ଛଟ୍ ପୂଜାର ପ୍ରଥମ ଦିନ ବ୍ରତଧାରୀମାନେ ଗୋଟିଏ ଥର ଖାଇଥାନ୍ତି, ଦ୍ୱିତୀୟ ଦିନ ନିର୍ଜଳା ଉପବାସ ରହିଥାନ୍ତି ।
ତୃତୀୟ ଦିନ ମଧ୍ୟ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ଅସ୍ତମିତ ସୂର୍ଯ୍ୟଙ୍କୁ ପୂଜା କରିଥାନ୍ତି। ଏହାପରେ ରାତିସାରା ଉପବାସ ରହି ଭୋରରୁ ନଦୀ କିମ୍ବା ପୋଖରୀକୁ ଯାଇ ବ୍ରତ ସମାପନ କରିଥାନ୍ତି। ପୂର୍ବରୁ ବିହାର, ଉତ୍ତରପ୍ରଦେଶ ଓ ନେପାଳର କିଛି ସ୍ଥାନରେ ଏହି ପର୍ବକୁ ଧୂମଧାମରେ ପାଳନ ହେଉଥିଲେ ମଧ୍ୟ ଏବେ ଅନେକ ରାଜ୍ୟରେ ଛଟ୍ ପର୍ବ ମନାଯାଉଛି। ଛଟ୍ ପୂଜା ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ,ଛଟ୍ ପୂଜାର ଶୁଭ ଅବସରରେ ଦେଶବାସୀଙ୍କୁ ମୋର ଶୁଭକାମନା ।
ଏହି ପର୍ବ ପ୍ରକୃତି ଉପରେ ବିଶେଷ କରି ସୂର୍ଯ୍ୟ ଓ ଜଳ ଉପରେ ଆମ ନିର୍ଭରତାକୁ ସ୍ବୀକାର କରାଯାଇଥାଏ । ଏହି ପର୍ବ ଆମ ପରିବେଶକୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପ୍ରୟାସକୁ ଶକ୍ତି ଯୋଗାଇଥାଏ ବୋଲି ଟ୍ବିଟ କରି କହିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଟ୍ ପୂଜାର ଶୁଭେଚ୍ଛା ଦେଇଛନ୍ତି । ଛଟ୍ ମଇୟା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଉ ବୋଲି ଟ୍ବିଟ କରି କହିଛନ୍ତି ମୋଦି । ଛଟ୍ ପୂଜା ଉତ୍ତର ଭାରତରେ ବିଶେଷ ଭାବରେ ବିହାର ଏବଂ ପୂର୍ବ ଉତ୍ତରପ୍ରଦେଶରେ ପାଳନ କରାଯାଏ।
The post ଛଟ୍ ପୂଜାର ଶେଷ ଦିନରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା appeared first on Odisha Reporter.
from Odisha Reporter https://ift.tt/3kteFE6
No comments:
Post a Comment