ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ପରଲୋକ

ବଲାଙ୍ଗିର( ଘଟେଶ୍ୱର ମିଶ୍ର): ବର୍ଷୀୟାନ ସାମ୍ବାଦିକ ସତ୍ୟ ନାରାୟଣ ବେହେରାଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା।

ଗତକିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କୁ ବଲାଙ୍ଗିରର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

ସେ ପ୍ରତିଦିନ ଓ ନିଯୁକ୍ତି ଖବରରେ କାମ କରୁଥିଲେ। ସେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ଅନେକ ସାମ୍ବାଦିକଙ୍କ ପାଇଁ ପ୍ରେରଣା ଥିଲେ। ବୟସ ୮୦ ଡେଇଁ ଥିଲେ ମଧ୍ୟ ସେ ସବୁ ପ୍ରକାର କାର୍ଯ୍ୟକ୍ରମରେ ଯୋଗ ଦେଇ ରିପୋର୍ଟିଂ କରୁଥିଲେ।

ତାଙ୍କ ପରଲୋକରେ ଜିଲ୍ଲା ସାମ୍ବାଦିକ ସଂଘ ଗଭୀର ଦୁଃଖ ପ୍ରକାଶ କରିଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

 

The post ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/3D11sZl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages