ଡିଭାଇଡର ଡେଇଁ କ୍ୟାବ୍‌ ଉପରେ ମାଡ଼ିଗଲା ଦ୍ରୁତଗାମୀ ଏସ୍‌ୟୁଭି, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ଡିଭାଇଡର ଡେଇଁ କ୍ୟାବ୍‌ ଉପରେ ମାଡ଼ିଗଲା ଦ୍ରୁତଗାମୀ ଏସ୍‌ୟୁଭି, ୩ ମୃତ

ବେଙ୍ଗାଲୁରୁ: ଏୟାରପୋର୍ଟରୁ ବେଙ୍ଗାଲୁରୁ ସହର ଅଭିମୁଖେ ଯାଉଥିବା ଗୋଟିଏ ଦ୍ରୁତଗାମୀ ଏସ୍‌ୟୁଭି ଡିଭାଇଡର ଡେଇଁ ଗୋଟିଏ କ୍ୟାବ୍‌କୁ ଦଳି ଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି। ଗୁରୁବାର ରାତି ପ୍ରାୟ ୯.୩୦ରେ ଚିକ୍କାଜାଲା ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଦ୍ୟାନଗର କ୍ରସ ସ୍ଥିତ ଏୟାରପୋର୍ଟ ରୋଡ୍‌ରେ ଏହି ଦୁଃଖଦ ଘଟଣା ଘଟିଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ୟାବ୍‌ର ଆଗ ପାଖଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। କ୍ୟାବରେ ଥିବା ସମସ୍ତ ୩ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ସେହିପରି ଦୁର୍ଘଟଣା ଘଟାଇଥିବା ଏସ୍‌ୟୁଭିରେ ଥିବା ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ମହିନ୍ଦ୍ରା ଏକ୍ସୟୁଭି କାର୍‌ ବେଙ୍ଗାଲୁରୁ କ୍ରସ ଆଡ଼େ ଆସୁଥିଲା। ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ଏହାକୁ ଡିଭାଇଡର ଉପରେ ଚଢ଼ାଇ ଦେଇଥିଲେ। ଏହି ସମୟରେ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଯାଉଥିବା ଗୋଟିଏ କ୍ୟାବ୍‌କୁ ଉକ୍ତ ମହିନ୍ଦ୍ରା ଏକ୍ସୟୁଭିଟି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ୟାବଟି ସଂପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା।

ସେହିପରି ଘଟଣାସ୍ଥଳରେ ହିଁ କ୍ୟାବରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏକ୍ସୟୁଭିରେ ଥିବା ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସଂପୂର୍ଣ୍ଣ ଚୂରମାର ହୋଇଯାଇଥିବା କ୍ୟାବ୍‌ ମଧ୍ୟରୁ ୩ଟି ଯାକ ଶବ ବାହାର କରିବାକୁ ପୁଲିସ୍‌କୁ ପ୍ରଥମେ ନାକେଦମ ହେବାକୁ ପଡ଼ିଥିଲା।

କାରଣ ସେମାନେ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଶେଷରେ କର୍ଣ୍ଣାଟକା ଅଗ୍ନିଶମ ଓ ଜରୁରୀ କାଳୀନ ସେବାରେ ସାମିଲ ଥିବା କର୍ମଚାରୀଙ୍କ ସହାୟତାରେ ପୁଲିସ ଶବ ଗୁଡ଼ିକୁ ଉଦ୍ଧାର କରିଥିଲା। ଦୁର୍ଘଟଣା ପରେ ଏୟାରପୋର୍ଟ ରାସ୍ତାରେ ପ୍ରବଳ ଭିଡ଼ ଜମିଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ଏହାକୁ କ୍ଲିୟର କରିବାରେ ସକ୍ଷମ ହୋଇଛି।

The post ଡିଭାଇଡର ଡେଇଁ କ୍ୟାବ୍‌ ଉପରେ ମାଡ଼ିଗଲା ଦ୍ରୁତଗାମୀ ଏସ୍‌ୟୁଭି, ୩ ମୃତ appeared first on Odisha Reporter.



from Odisha Reporter https://ift.tt/3qRzYD2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages