ବିଜେପି ନେତ୍ରୀଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 17, 2021

ବିଜେପି ନେତ୍ରୀଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଜଣେ ବିଜେପି ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତି ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ ଦୁର୍ବୃତ୍ତ ଜାଳି ଦେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବ୍ରିଟ କଲୋନୀ ଘର ଆଗରେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଯାଞ୍ଚ ସହ ତନାଘନା କରୁଛି ପୁଲିସ । ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

ବିଜେପି ନେତ୍ରୀଙ୍କ ଗାଡ଼ି ଉପରକୁ କିଏ ବୋମାମାଡ଼ କଲ, ସେନେଇ କିଛି  ସ୍ପଷ୍ଟ ହୋଇପାରିନାହିଁ।ବିଜେପି ନେତ୍ରୀଙ୍କ ଘର ସାମ୍ନାରେ ସରକାର ଜାଗା ରହିଛି। ସେହି ଜାଗାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ମିନତି ବାରିକଙ୍କ ସ୍ୱାମୀ କହିଛନ୍ତି, ଆମର କାହା ସହ ଶତ୍ରୁତା ନାହିଁ। ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଆମେ ଥାନାରେ ଅଭିଯୋଗ କରିଛୁ। ପୁଲିସ ଘଟଣାସ୍ଥଳରୁ କିଛି ଅଫୁଟା ବୋମା  ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରଛି।

The post ବିଜେପି ନେତ୍ରୀଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/3Dt2y12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages