“୨୮ ବର୍ଷ ହେଲା କଠିନ ପରିଶ୍ରମ କରୁଛି, କାହାଠୁ ଟଙ୍କାଟେ ନେଇ ନାହିଁ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

“୨୮ ବର୍ଷ ହେଲା କଠିନ ପରିଶ୍ରମ କରୁଛି, କାହାଠୁ ଟଙ୍କାଟେ ନେଇ ନାହିଁ”

ମୁମ୍ବାଇ: “ମୁଁ କାହାଠୁ ଟଙ୍କାଟେ ବି ଆଣିନି। ମୁଁ ଆଜି ଯେଉଁ ସ୍ଥାନରେ ଅଛି, ତାହା ମୋର ଗତ ୨୮ ବର୍ଷର ପରିଶ୍ରମର ଫଳ। ହେଲେ ଏବେ ମୋ ନାଁକୁ ବଦନାମ କରାଯାଉଛି । ମୋ ମାନ, ସମ୍ମାନକୁ ଦଳିଚକଟି ନଷ୍ଟ କରାଯାଉଛି, ଫଳରେ ମୋ ପ୍ରତିଷ୍ଠା ଉପରେ ଆଞ୍ଚ ଆସୁଛି। ଏହା ମୋତେ ଖୁବ୍‌ କଷ୍ଟ ଦେଉଛି। ” କୁନ୍ଦ୍ରା କପଲ୍‌ଙ୍କ ନାଁରେ ଦେଢ କୋଟି ଟଙ୍କାର ଠକେଇ ମାମଲା ହେବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟି।

ମୁମ୍ବାଇର ନୀତିନ ବରଇ ନାମକ ବ୍ୟବସାୟୀ, ଶିଳ୍ପା ତାଙ୍କ ସ୍ୱାମୀ ରାଜ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଦେଢ କୋଟି ଟଙ୍କାର ଟଙ୍କା ହଡ଼ପ ମାମଲା ରୁଜୁ କରିଛନ୍ତି।  SLF କମ୍ପାନୀ ନାଁରେ ଏହି ଟଙ୍କା ହଡ଼ପ ମାମଲା ହୋଇଥିବା ବେଳେ ଏଥିରେ ରାଜ, ଶିଳ୍ପା ସମ୍ପୃକ୍ତ ଥିବା ନୀତିନ ଅଭିଯୋଗ କରିଛନ୍ତି।  ଉଭୟଙ୍କ ନାଁରେ ବାନ୍ଦ୍ରା ପୁଲିସ୍‌ ଷ୍ଟେଶନରେ  ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ ପଚରାଉଚରା କରିବାକୁ ସଜବାଜ ହେଉଛି। ହେଲେ ଉକ୍ତ କମ୍ପାନୀ ୨୦୧୪ ମସିହାରୁ ବନ୍ଦ ହୋଇ ଯାଇଛି।

ଏନେଇ ପ୍ରତିକ୍ରିୟା ଦେବାକୁ ଯାଇ ଶିଳ୍ପା ଟ୍ୱିଟ କରିଛନ୍ତି, “SFL କମ୍ପାନୀ ନାଁରେ ଦେଢ କୋଟି ଟଙ୍କା ହଡପ ମାମଲା ହୋଇଥିବା ବେଳେ କସିଫ ଖାଁ ହେଉଛନ୍ତି ତାର ମୁଖ୍ୟ। ସମଗ୍ର ଦେଶରେ ଏହି କମ୍ପାନୀର ବ୍ରାଞ୍ଚ ଖୋଲିଥିବା ବେଳେ କସିଫ ହିଁ କମ୍ପାନୀର ସମସ୍ତ  ଆର୍ଥିକ କାରବାର କଥା  ବୁଝାଶୁଝା କରନ୍ତି।  କମ୍ପାନୀର ମୁଖ୍ୟ ହିସାବରେ ସେ ସବୁ ଡିଲ୍‌ କରିଥାନ୍ତି। ଆମେ ସେ ବିଷୟରେ ଅବଗତ ନ ଥିବା ବେଳେ ଟଙ୍କାଟେବି କାହାଠୁ ଆଣି ନାହୁଁ।  ଏହି କମ୍ପାନୀ ୨୦୧୪ ମସିହାରୁ ବନ୍ଦ ହୋଇ ସାରିଲାଣି। ”

ମୁଁ ଆଜି ଯେଉଁ ସ୍ଥାନରେ ଅଛି, ଗତ ୨୮ ବର୍ଷର କଠିନ ପରିଶ୍ରମରେ ତାହାକୁ ହାସଲ କରିଛି। ମୋ ନାଁ ଓ ସମ୍ମାନକୁ ଦଳି ଚକଟି ନଷ୍ଟ କରାଯାଉଥିବା ବେଳେ ଏହା ମୋତେ ଖୁବ୍‌ ଆଘାତ ଦେଇଛି। ଭାରତର ଜଣେ ନାଗରିକ ହିସାବରେ ମୋ ଅଧିକାର ସୁରକ୍ଷିତ ରହିବା ଦରକାର।

ନୀତିନ କରିଥିବା ଅଭିଯୋଗ ଅନୁଯାୟୀ, ଜୁଲାଇ ୨୦୧୪ ମସିହାରେ SFL ଫିଟନେସ୍‌ କମ୍ପାନୀର ନିର୍ଦ୍ଦେଶକ, ରାଜ, ଶିଳ୍ପାଙ୍କ ସମେତ ଆଉ କିଛି ଲୋକ ତାଙ୍କୁ ନିଜ କମ୍ପାନୀରେ  ଦେଢ କୋଟି ଟଙ୍କା ଖଟାଇ ଲାଭ କମାଇବାକୁ ପ୍ରବର୍ତ୍ତାଇଥିଲେ। ଏପରିକି ଏହି କମ୍ପାନୀ ତରଫରୁ ତାଙ୍କୁ ଏକ ଫ୍ରାଞ୍ଜାଇଜ୍‌ ଦିଆଯିବ ଓ ପୁନେରେ ଏକ ଜିମ୍‌ ଓ ସ୍ପା ସେଣ୍ଟର ଖୋଲିବାକୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ବି କୁହାଯାଇଥିଲା। ମାତ୍ର ଏପରି କିଛି ହେଲା ନାହିଁ। ଟଙ୍କା ନେବା ପରେ ଆଉ କେହି ଧରାଛୁଆଁ ଦେଲେନି।

ଏପରିକି ଟଙ୍କା ଫେରସ୍ତ କରିବାକୁ କହିବାକୁ ତାଙ୍କୁ ଜୀବନରୁ ମାରିବାକୁ ଧମକ ବି ଦିଆଗଲା। ପୁଲିସ୍‌ ଏହି ପୂରା ମାମଲାର ତଦନ୍ତ ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ପଚରାଉଚରା କରିବ ବୋଲି ଜଣାଯାଇଛି।

ଏବେ ଏହି ମାମଲାରେ ପୁଲିସ୍‌ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।

The post “୨୮ ବର୍ଷ ହେଲା କଠିନ ପରିଶ୍ରମ କରୁଛି, କାହାଠୁ ଟଙ୍କାଟେ ନେଇ ନାହିଁ” appeared first on Odisha Reporter.



from Odisha Reporter https://ift.tt/3Dc5GhP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages