ଇଆନଙ୍କ ନାଁରେ ନୂଆ ରେକର୍ଡ, ଧୋନିଙ୍କୁ ପଛରେ ପକାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

ଇଆନଙ୍କ ନାଁରେ ନୂଆ ରେକର୍ଡ, ଧୋନିଙ୍କୁ ପଛରେ ପକାଇଲେ

ଶାରଜା: ‍‍ଚଳିତ ଟିଟ୍ୱେଣ୍ଟି ବିଶ୍ୱକପ୍‌ରେ ସୋମବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୨୬ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହା ସହିତ ଇଂଲଣ୍ଡ ଅଧିନାୟକ ଇଆନ୍ ମୋର୍ଗାନ୍‌ଙ୍କ ନାଁରେ ଯୋଡ଼ି ହୋଇଯାଇଛି ଏକ ରେକର୍ଡ। ସେ ହୋଇଯାଇଛନ୍ତି ଏହି ଫର୍ମାଟ୍‌ରେ ସଫଳତମ ଅଧିନାୟକ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓ ଆଫ୍‌ଗାନିସ୍ତାନର ପୂର୍ବତନ ଅଧିନାୟକ ଅସଗର ଆଫ୍‌ଗାନ୍‌ଙ୍କୁ ପଛରେ ପକାଇ ଇଆନ୍‌ ଏହି ସଫଳତା ପାଇଛନ୍ତି। ଅଧିନାୟକ ଭାବେ ଧୋନୀ ଓ ଅସଗର ନିଜ ନିଜ ଦେଶ ପାଇଁ ୪୨ଟି ଲେଖାଏଁ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିଥିଲେ। ତେବେ ଇଆନ୍ ସେମାନଙ୍କ ଠାରୁ ଆଉ ପାଦେ ଆଗେଇ ଯାଇଛନ୍ତି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ୪୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତି ସାରିଲାଣି।

ଧୋନିଙ୍କ ନେତୃତ୍ୱରେ ଭାରତ ୭୨ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୪୨ଟିରେ ବିଜୟୀ ହୋଇଥିଲା। ସେହିପରି ଆଫ୍‌ଗାନ୍‌ଙ୍କ ନେତୃତ୍ୱରେ ଆଫଗାନିସ୍ତାନ ୫୨ଟି ମ୍ୟାଚ୍ ଖେଳିଥିବା ବେଳେ ୪୨ଟି ଜିତିଥିଲା। ଇଆନ୍ ମୋର୍ଗାନ୍‌ଙ୍କ ନେତୃତ୍ୱରେ ଏଯାବତ ଇଂଲଣ୍ଡ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୪୩ଟିରେ ବିଜୟୀ ହୋଇଛି।

ଇଆନ ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ୨୦୧୯ରେ ପ୍ରଥମ ଥର ଦିନିକିଆରେ ବିଶ୍ୱକପ୍‌ ଜିତିଥିଲା। ସେ ଆୟାର୍ଲାଣ୍ଡ ପକ୍ଷରୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ତା’ପରେ ଇଂଲଣ୍ଡ ପାଇଁ ଖେଳିଥିଲେ। ୨୦୧୫ରେ ଇଂଲଣ୍ଡର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ଦାୟିତ୍ୱ ପାଇବା ପୂର୍ବରୁ ସେ ୨୦୧୨ରେ ଭାରତ ବିପକ୍ଷ ଟି-ଟେଣ୍ଟି ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଏହି ଦଳର ନେତୃତ୍ୱ ନେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଦଳ ତରଫରୁ ଜୋସ୍ ବଟ୍‌ଲର ଅପରାଜିତ ୧୦୧ ରନ୍ କରିଥିଲେ। ତେବେ ଶ୍ରୀଲଙ୍କା ଟିମ୍ ୧୯ ଓଭରରେ ୧୩୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ଇଂଲଣ୍ଡ ସେମି ଫାଇନାଲ୍‌ରେ ନିଜ ସ୍ଥାନ ସୁରକ୍ଷିତ ରଖିଛି।

The post ଇଆନଙ୍କ ନାଁରେ ନୂଆ ରେକର୍ଡ, ଧୋନିଙ୍କୁ ପଛରେ ପକାଇଲେ appeared first on Odisha Reporter.



from Odisha Reporter https://ift.tt/3pYNG6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages